STORYMIRROR

Ram Prasad Bisoi

Romance

3  

Ram Prasad Bisoi

Romance

ଅଳ୍ପ ଅଳ୍ପ-୯୪

ଅଳ୍ପ ଅଳ୍ପ-୯୪

1 min
13.8K


ଭଙ୍ଗା

ବନ୍ଦ ଝରକା ଓ କବାଟ

ଦେଇ

ପ୍ରବେଶ କରିବାକୁ ଚେଷ୍ଟା କରୁଥିବା

ସ୍ଵଳ୍ପ ଆଲୋକ,

କୋଠରୀର ଚାରି କାନ୍ଥ ଭିତରେ

ଆବଦ୍ଧ,

ପୁରୁଣା ଚୌକି ଓ ଟେବୁଲ

ତାରି ଉପରେ

ଅସଂଯତ ଅବସ୍ଥାରେ ପଡି ରହିଥିବା

ଖଣ୍ଡିଏ ଗୋଲ ଗାନ୍ଧୀ ଚଷମା,

କେଇ ଖଣ୍ଡ ଧଳା କାଗଜ

ଓ ଠିପି ଖୋଲା ହୋଇ ପଡ଼ିଥିବା

ଝର କଲମ,

ନିଜସ୍ୱ ସ୍ଵେଚ୍ଛାକୃତ ନିର୍ବାସନ,

ଅପହଞ୍ଚ ସମୟର ନିଷ୍ ତାଡ଼ନା

ଭାଷା କୋଷରୁ

ବିଛୁଡ଼ି ଯାଇଥିବା କିଛି ଶବ୍ଦ

ଖୋଜି ଚାଲିଛନ୍ତି

ଜଣେ

ଅଲୋଡା ଆବେଗ ଭରା

ହୃଦୟକୁ,

ଅଜାଣତରେ ଶ୍ରାବଣୀ

ଯେ ............

କେତେବେଳେ ହୋଇଗଲା,

ପୂର୍ଣ ଯୌବନାବତୀ-------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା ।ୁଠ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance