Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Romance

3  

Pravatirani Mohanty

Romance

ତୁମେ ଯେବେ ଆସ💐🌻💐🌻

ତୁମେ ଯେବେ ଆସ💐🌻💐🌻

1 min
118



ତୁମେ ଯେବେ ଆସ ସ୍ମୃତି ପଟୁଆରେ

କୁହୁଡିର ଘର ତୋଳି

ତୁମେ ଯେବେଆସ ମୋ ମନ ମାନସେ

ହୃଦୟ ରେ ଖେଳି ଦୋଳି  

ତୁମରି ପାଇଁକି ମନ ଗହନରେ 

କେତେ ଯେ ଅକୁହା କଥା

ଭୁଲିଛି ଆଜି ମୁଁ ଅବ୍ୟକ୍ତ ଯାତନା

ଛାତି ତଳେ ଯେତେ ବ୍ୟଥା

କବିତାତୁ ଫୁଟୁ ହୃଦ ସରସୀରେ 

ହୋଇ ଶତଦଳ ପଦ୍ମ

ପ୍ରାଣ ହୁଏ ତୃପ୍ତ ପାନ କରି ତୋର

ଅମୃତର ମକରନ୍ଦ 

ମୋ ନୀରବତାର ମୁକ ସାକ୍ଷୀଟିଏ

ପ୍ରେମ ପିୟୁଷ ର ଧାରା  

ମହାର୍ଘ ମୁହୂର୍ତ୍ତେ କରେ ଆବାହନ

ତୋ ପାଇଁ ମୁଁ ଆତ୍ମହରା

ଅନୁଭବ ତୋତେ ପ୍ରତି ଟି ସମୟ

ଏଜୀବନ ପଥଧାରେ 

ସବୁ ଥାଇ ଆଜି ଲାଗେ ଏକାଏକା

ଏଇ ମନ ତୋତେ ଝୁରେ ।


Rate this content
Log in

Similar oriya poem from Romance