STORYMIRROR

ଭୂମିକା ଆଚାର୍ଯ୍ୟ

Romance

3  

ଭୂମିକା ଆଚାର୍ଯ୍ୟ

Romance

ମିଳନର ଅପୂର୍ବ ଆନନ୍ଦ

ମିଳନର ଅପୂର୍ବ ଆନନ୍ଦ

1 min
148

ଅଜଣା ବାଟ ଏକା ଏକା ଜୀବନ

ମିଠା ପ୍ରେମର ଭରପୁର ନୂଆ ଯୌବନ

ପାରିବ କି ଖସି କେବେ ଅତଡ଼ା ବାଟ

ଅଭୁଲା ସ୍ମୃତି ର ଆଉ ଏକ ନୂଆ ଫର୍ଦ୍ଦ ।

ତୁମ ପ୍ରେମ ଛପା ବହି ପରି ଉନ୍ମଚ

ଖୋଲି ପଢିବାକୁ ହୁଏ ପୁଣି କେବେ ମନ

ପଢ଼ୁ ପଢୁ ମନେ ପଡେ ତୁମ ବ୍ୟକ୍ତିତ୍ଵ

ପାସୋରି ପାରୁନି ଏ ଅଭୁଲା ଅତୀତ ।

ଶୂନ୍ୟରେ ବିଲୟ ପରି ଘୁରି ବୁଲନ୍ତି ତୁମ ପ୍ରେମ 

ପ୍ରଥମ ପ୍ରେମର ଶେଷ ଦେଖା ଯେ ମୋର 

କେବେ ପୁଣି ପ୍ରତିଶୃତି ର ବନ୍ଧା ଏ ଜୀବନ 

ଭରସା ବିଶ୍ଵାସର ପୁଣି ଆଉ କେବେ ପବିତ୍ର ବନ୍ଧନ

ମିଳନ ଆଶାରେ କେବେ ବଞ୍ଚିଛି ଏଇ ଶରୀର 

ପ୍ରତିକ୍ଷୀତ ଦିବା ରଜନୀ ତୁମ ଫେରିବା ପଥ

ମନରେ ବଞ୍ଚିଛି କିଛି ତୁମ ସ୍ମୃତି ଚିରନ୍ତନ

ପୁଣି କେବେ ମନେ ପଡେ ସେଇ ଅଭୁଲା ସମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance