ତୁମେ କେବଳ ମୋର
ତୁମେ କେବଳ ମୋର
ଜୀବନ ଚଲା ବାଟରେ ଆସ କେବେ ସାଥୀ
ଦେଖା ଦେଇ ଦୂର୍ ଚାଲିଯାଅ କାହିଁ
ଭୁଲିବାକୁ ଭୁଲି ପାରେନି ତୁମକୁ ଆଜି
ବଞ୍ଚିଥିବା ଯାଏଁ ମନରେ ରହିବ ଚିର ଦିନ ସାଥୀ
ତୁମ ପ୍ରେମ ଜୀବନର ଅଙ୍କା ବଙ୍କା ବାଟ ଚାଲି
ହାତ ଧରି ଚାଲିବ ସାରା ଜୀବନ ହେଇ
କେବେ ଛାଡି ନୋ ଯିବ ମୋ ପ୍ରିୟ ପତି
ଦୁଃଖରେ ସୁଖରେ ରହିବି ଛାଇ ହେଇ ।
ତୁମ ପ୍ରେମ ସ୍ନେହ ଆଦରେ ନୋ କରିବି କମି
ତୁମ ପ୍ରେମ ମୋତେ ଦେଇଛି ଜିଇଁ
ତୁମ ମନ ପାଶେ ହରି ଯାଏ ମୁହିଁ
ତୁମ ଭାବନାରେ ମୋ ଅନ୍ତ ନାହିଁ ।
ପ୍ରେମର ପରିଭାଷା ବୁଝିଛି ମନେ ପକେଇ
ହାତରେ ଧରିଛି ଦୁଇ ମୁଠା ଖୁସି
କେବେ ଖସି ନୋ ଯିବ ମୋ ପ୍ରେମ ଚୋରା ପ୍ରୀତି
ଧରି ରଖିବି ତୁମକୁ ଜୀବନ ସାରା ପାଇଁ ।

