Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Abstract Romance

3  

Kalpana Kumari Pradhan

Abstract Romance

କିଛି ଅନୁଭୂତି

କିଛି ଅନୁଭୂତି

1 min
213


କିଛି ଅନୁଭୂତି ପୁଣି ଜାଗ୍ରତ

  କିଛି ସ୍ମୃତି ହୃଦେ ହୁଏ ଉଜ୍ଜୀବିତ

   ଶୀତଳ କୋମଳ ସମୀରେ ରୋମାଞ୍ଚିତ

      ହୃଦୟ ଉପବନେ ସୁନେଲି ଅତୀତ l

ସେଇ ସଞ୍ଜ ନଇଁବାର ବେଳେ

  ତୁମ ଆଗମନର ବାରତା ଗାଏ

      ଦଲକାଏ ଶୀତୁଆ ପବନ ଛୁଇଁଯାଏ

        ପ୍ରିୟ ଆସିଲେଣି ପାଶେ କହିଯାଏ l

ରଜନୀ ରାଣୀ ସାଜି ସଜନୀ

    ମଥାରେ ଟାଣି କାଳି ଓଢଣୀ

      ଗାଉଛି କି ସତେ ପ୍ରେମ ରାଗିଣୀ

         ସମହୋନେ ସମୋହିତ ହୁଏ ଧରଣୀl

ଏଇ ମତୁଆଲା ଶୀତୁଆ ରାତିରେ

   କେତେ ବାର୍ତ୍ତାଳାପ ଆମ ଭିତରେ

     ସାରା ମୁଲକଟା ନିଦ୍ରିତ ହୋଇଯିବାପରେ

        ଭରିଥିଲା ସ୍ବପ୍ନ ଖୋଲା ନୟନରେ l

ଆଜି ଭି ଭାରି ସତେଜ ଲାଗେ

    ଶୀତ ଲେଉଟେ ଧାରାରେ ଯେବେ

      ସବୁକିଛି ସତ ପରି ପ୍ରତୀତ ହୁଏ

       ସେ ସୁନାଝରା ଅତୀତ ପୁଣି ଫେରେ l

 


Rate this content
Log in

Similar oriya poem from Abstract