STORYMIRROR

Papu parida

Romance Classics Others

3  

Papu parida

Romance Classics Others

ଆଗୋ ଜ୍ୟୋତିର୍ମୟୀ

ଆଗୋ ଜ୍ୟୋତିର୍ମୟୀ

1 min
109

ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା

ଅସମ୍ଭବ ମଧ୍ୟେ ତୁମେ ସମ୍ଭାବନା

ତୁମ ଆଗମନେ ହେବ ଆଲୋକିତ 

ମୋହରି ଜୀବନ ମୋ' ଘର ଅଗଣା।


           ଆହେ ଆଭାସିକ୍ତ ମୋ' ପ୍ରିୟ ଦୀପକ !

           ନିପଟ ଅନ୍ଧାରେ ତୁମେ ମୋ' ଆଲୋକ

           ଜ୍ୟୋତିର ଦୀପକ ଦୀପକର ଜ୍ୟୋତି 

           ଯୁଗ ଯୁଗ ଧରି ଏ ଆମ ସମ୍ପର୍କ।


ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା

ବିଧାତାର ତୁମେ ଦୁର୍ଲଭ ସର୍ଜନା

ମିଳନ ଆଶାରେ ଅସ୍ଥିର ହୃଦୟ

ଖୋଜି ନିଅ ତୁମେ ତାହାରି ଠିକଣା।


           ଆହେ ଆଭାସିକ୍ତ ମୋ' ପ୍ରିୟ ଦୀପକ !

           ନିରାଶ୍ରୟ ପାଶେ ଆଶ୍ରୟ ରୂପକ

           ହାତେ ଧରି ହାତ ପାଦ ସଙ୍ଗେ ପାଦ

           ସାଜିବ ନା ତୁମେ ମୋହରି ରକ୍ଷକ ???


ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା

କାହିଁ ଏ ଜଗତେ ଏମନ୍ତ ରଚନା

ମୋ ଘର ତୁଳସୀ ଚାହିଁ ରହିଛି ଯେ

ଶୁଣିବ ବୋଲି ଗୋ ତୁମରି ବନ୍ଦନା।

  

            ଆହେ ଆଭାସିକ୍ତ ମୋ' ପ୍ରିୟ ଦୀପକ !

           ଏ ଜୀବନ ରଥେ ତୁମେ ମୋ' ଚାଳକ

           କଥାକୁ ନ ଧରି ଦୋଷ କ୍ଷମା କରି

           ସାଜିବ ନା ତୁମେ ମୋହରି ନାୟକ ?


ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା

ଅସହାୟ ମୁହିଁ ତୁମେ ଆଶ୍ୱାସନା

ତୁମ ଆଗମନେ ସୁନେଲି ଭବିଷ୍ୟ

ତୁମ ମୁହଁ ଚାହିଁ କରୁଛି କଳ୍ପନା।


           ଆହେ ଆଭାସିକ୍ତ ମୋ' ପ୍ରିୟ ଦୀପକ !

          ମୋର ଜୀବନର ଅଜେୟ ସୈନିକ

          କୁହ ଥରେ କୁହ ଛାଡିବନି ହାତ

          ଯେତେ ଝଡଝଞ୍ଜା ହୋଇଲେ ଉଦ୍ରେକ।


"ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା......" 


    "ଧେତ୍।ରୁହ ମ। ମୁଁ ପଚାରୁଛି କଣ ତୁମେ କହୁଛ କଣ ? ସତରେ କୁହ ନା ଯାହା ଯାହା ସବୁ ପଚାରୁଥିଲି ତାହା ସବୁ ସତ ହେବ ତ ?"


"କହିବି ?"


"ହଁ"


"କହିବି ?"


"ହଁ"


(କିଛି ମୁହୁର୍ତ୍ତ ପରସ୍ପରର ଆଖିରେ ହଜିଯିବା ପରେ


"ତେବେ ଶୁଣ....

ଆଗୋ ଜ୍ୟୋତିର୍ମୟୀ !..."


"ବାସ୍ ଆଉ ଜମା ନୁହେଁ ତମର ଖାଲି ଥଟ୍ଟା ମଜା, ଆଉ କିଛି ନୁହଁ। ମୁଁ ଯାଉଛି।"


"ଟିକେ ରୁହ। ଏଇ ଶୁଣ..(ପଛକୁ ବୁଲି ଚାହିଁଲା ବେଳେ)

ଆଗୋ ଜ୍ୟୋତିର୍ମୟୀ !...."

( ପୁଣି ରାଗିକି ଚାଲିଯିବା ସମୟରେ ପଛରୁ ବଡ ପାଟିରେ..)


"ଆରେ ମୋ କବିତାର ଶୀର୍ଷକରେ ତୁମେ ପରା ମୋ ପ୍ରାଣ ମୂର୍ଚ୍ଚନା 

ତେବେ ସେ ସବୁ ପ୍ରଶ୍ନ ସତ ହେବନି କିପରି।"


ଆଗୋ ଜ୍ୟୋତିର୍ମୟୀ ! ମୋ' ପ୍ରାଣ ମୂର୍ଚ୍ଛନା



Rate this content
Log in

Similar oriya poem from Romance