ସଫଳତା
ସଫଳତା
ମଣିଷ ଜୀବନ ଅଟେ କର୍ମ ମୟ
କର୍ମ ତା'ର ମୂଳ ମନ୍ତ୍ର
କର୍ମ ବିନା ତା'ର ନାହିଁ ଗତି ମୁକ୍ତି
ପରିଶ୍ରମ ଏକା ସାର।
ସଫଳତା ଆଉ ବିଫଳତା ବୋଲି
ଦୁଇଟି ଅମୋଘ ଅସ୍ତ୍ର
କାମ ଦେଖି ତା'ର ମିଳେ ଫଳାଫଳ
କିଏ ଅଟେ ଆପଣାର।
ସଫଳତା ପାଇଁ ଆବଶ୍ୟକ ପଡ଼େ
ହାଡ଼ଭଙ୍ଗା ପରିିିିିିିିଶ୍ରମ
ତା'ର ବ୍ୟତିରେକ ମିଳେ ବିଫଳତା
ବ୍ୟର୍ଥ ହୁଏ ତା ଜୀବନ।
ଶୁୁୁଖିଲା ଓଠରେେ ହସ ଭରିଦେଇ
ପ୍ରେରଣା ଦିଏ ଜଗତେ
ନବ ଭାବଧାରା ଜାଗ୍ରତ କରିଣ
ମନେ ଆଶା ବାନ୍ଧି କେତେ ।
କର୍ମ ଅନୁସାରେ ମିଳଇ ତ ଫଳ
ଅଟେ ଚିରନ୍ତନ ସତ୍ୟ
ଦୃଢ଼ ମନୋବଳେେ କାର୍ଯ୍ୟ କରିିିଗଲେ
ସଫଳତା ସୁନିଶ୍ଚି୍ତ ।