ସନ୍ତାନ
ସନ୍ତାନ
ତୋ ଆସିବା ବାଟକୁ ଚାହିଁ ବସି
ହଜି ଯାଇଛି କେତେ ରାତି ଓ କେତେ ଦିନ
ସ୍ଵପ୍ନ ଜାଇଥିଲା ମଉଳି
ଆଶାର ଆଲୋକ ଲିଭି ଯାଉଥିବା ବେଳେ
ତୁ ଆସି ପହଞ୍ଚିଛୁ ମୋ ଧନ ।
ମା ଡାକ ଶୁଣିବା ପାଇଁ
ଏ ମନ କେତେ ନ କାନ୍ଦିଛି
ଅନ୍ୟର ଛୁଆରେ ନିଜ ଛୁଆକୁ
ମୁଁ କେତେ ନ ଖୋଜିଛି
ଶେଷ କୁ ଘଟିଛି ତାର ଅନ୍ତ
ତୋର ମୋ ଜୀବନେ ଆସିବା
କରି ଦେଇଛି ମୋତେ ଜୀବନ୍ତ।
ଏକ ବାପାର ଅସମ୍ପୂର୍ଣ୍ଣ ସ୍ଵପ୍ନ
ଲୁହ ହୋଇ ନ ବୋହିଲେ ମଧ୍ୟ
ବାରି ହୁଏ ତାର କଥାରୁ
ଝୁରୁଥାଏ ଥରେ କହିବାକୁ
ମୁଁ ଥାଉଣୁ ତୁ କାହିଁକି ଡରୁ
ଏହି ପିତୃତ୍ଵ ଲାଭର ଖୁସି
କରି ହୁଏନି ଶବ୍ଦରେ ପ୍ରକାଶ
ତୋର ଆସିବା ମୋ ଜୀବନେ
ଭରି ଦେଇଛି ଆନନ୍ଦ ଓ ଉଲ୍ଲାସ।
କାହାକୁ କରିଲୁ ଜେଜେବାପା
ତ କାହାକୁ କରିଲୁ ପିଉସୀ
କାହାକୁ କଲୁ ମାମୁଁ ତ
କାହାକୁ କଲୁ ମାଉସୀ।
ତୋର ସେ କୁନି କୁନି ପାଦ
ଟିମ୍ ଟିମ୍ ଆଖିର ଚାହାଣି
ବନାଇ ଦେଇଛି ଆମକୁ
ଲେଖକ ଆଉ ଲେଖିକା
କହିବାକୁ ତୋତେ ଅନେକ କାହାଣୀ।
କେବେ ଆମେ ପାଲଟି ଯାଉ
ଗାଳ୍ପିକ ତ କେବେ ନୃତ୍ୟକାର
ଚେଷ୍ଟା କରିଥାଉ ଫୁଟାଇବାକୁ
ତୋ କୁନି ମୁହଁରେ ହସର ଧାର।
ଶେଷକୁ ଏତିକି କହିବି
ଧନ୍ୟ ହେ ପ୍ରଭୁ ଜଗନ୍ନାଥ
ଏ ଦୁଃଖିର ଦୁଃଖ ବୁଝିକି
କରିଦେଇଛ ମୋତେ କୃତାର୍ଥ।