Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Tragedy

3  

Pratima Satpathy

Tragedy

ଜାଣି ବି ଅଜଣା ମଣିଷ ଜାତି

ଜାଣି ବି ଅଜଣା ମଣିଷ ଜାତି

1 min
166



ଜୀବ ଜଗତ ରେ ମଣିଷ ଅଟଇ

    ସବୁଠାରୁ ଶ୍ରେଷ୍ଠ ପ୍ରାଣୀ

ନିଜ ସ୍ୱାର୍ଥ ପାଇଁ ସମାଜର କ୍ଷତି 

    କରଇ ସେ ଜାଣି ଶୁଣି।

ଗଛ ମଣିଷର ଉପକାର କରେ

    ଗଛକୁ କାଟେ ମନୁଷ୍ୟ

ଗଛ ନଷ୍ଟ ହେଲେ କେତେବେଳେ ପୁଣି

    ବନ୍ଦ ହେବ ତା ନିଶ୍ୱାସ।

ମଣିଷ ଜାଣିଛି ବାଣ ଫୁଟାଇଲେ

    ନଷ୍ଟ ହେବ ପରିବେଶ

ଦୀପାବଳୀ ଉତ୍ସବରେ ଫୁଟାଏ ସେ

    ମନରେ ହୋଇ ହରଷ।

ଜାଣିଛି ମନୁଷ୍ୟ ନିଶା ସେବନରେ

    କର୍କଟ ରୋଗ ହୋଇବ

ତଥାପି ନିଶାକୁ ପାନ କରେ ଭାବେ 

    ଭାଗ୍ୟେ ଯାହା ଥିବ ହେବ।

ଖାଦ୍ୟ ନିୟନ୍ତ୍ରଣ ନ କଲେ ତାହାକୁ

    ହୋଇବ ଡାଇବେଟିସି 

ପାଟିର ଲାଳସା ପାଇଁ ଛଣା ଖାଦ୍ୟ

     ଖାଏ ହୋଇ କରି ଖୁସି ।

ଶରୀରକୁ ସୁସ୍ଥ ରଖେ ଯେ ବ୍ୟାୟାମ

     ଜାଣିଛି ମଣିଷ ଜାତି

ତଥାପି ବ୍ୟାୟାମ କରେ ନାହିଁ ସିଏ

    ଚୁଗୁଲୀରେ ଥାଏ ମାତି।

ଜଙ୍ଗଲକୁ କାଟି କଳ କାରଖାନା

      ପ୍ରଗତି ପାଇଁ ବସାଏ 

ପ୍ରଗତି ବଦଳେ ଦୁର୍ଗତି ଆସଇ

      ଜାଣି ପାରୁ ନାହିଁ ସିଏ।

ରାସ୍ତାର ବାମ ପାର୍ଶ୍ୱରେ ଚାଲିବାକୁ

     ନିୟମ ଯେ ରହିଅଛି

ଯାନ ବାହନ ଚଳାଚଳ ବ୍ୟବସ୍ଥା

    ତଥାପି ମୃତ୍ୟୁ ଘଟୁଛି।

ନିଶା ଖାଇ ଗାଡ଼ି ନ ଚଳାଇବାକୁ 

    ନିୟମ ହୋଇଛି ଗଢା

ନିୟମ କୁ ଫୁଉ କରି ଚାଲୁଛନ୍ତି

    ନିତି ଆମ୍ବୁଲାନ୍ସ ଲୋଡ଼ା।


Rate this content
Log in

Similar oriya poem from Tragedy