Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ରହିଯାଉ ସ୍ୱପ୍ନ ପାହିଯାଉ ରାତି

ରହିଯାଉ ସ୍ୱପ୍ନ ପାହିଯାଉ ରାତି

1 min
142



ଗୋଡ଼ରେ ହାତରେ ଲୁହାର ଶୃଙ୍ଖଳ

ଅନ୍ଧକାର କାରାଗୃହ

ଗରଜୁଛି ନିଶା ଥରିଉଠେ ବୁକୁ

ଝରିଯାଏ ଆଖି ଲୁହ ।


ଅହଙ୍କାରୀ କ°ସ କରେ ଅଟ୍ଟହାସ୍ୟ

ରାଜକୀୟ ଥାଟବାଟ

ଉଜୁଡି ଯାଉଛି ଗୋପ ବୃନ୍ଦାବନ

ରାଜୁତି ଭୟ ଆତଙ୍କ ।


ଘୋର ସଙ୍କଟରେ ଦୁର୍ଦ୍ଦିନ କଷଣେ

ପଙ୍କ ହେଉ ସାତତାଳ

ଉନ୍ମେଷୁ କମଳ ଆଶାର ଆଲୋକ

ଉଦ୍ଭବୁ ଜୀବନ ସ୍ୱପ୍ନ ।


ନୀଳମେଘ ସମ ସତ୍ୟ ଚିରନ୍ତନ

ସବୁଜିମା ସଦ୍ଭାବନା

ମୁକ୍ତି ମହାତୀର୍ଥ ହେଉ ଚରିତାର୍ଥ

ଉତ୍କର୍ଷୁ କୃଷ୍ଣ ଚେତନା ।


ଫିଟିଯାଉ ଦ୍ୱାର ନିବୁଜ କାରାର

ବିଜୁଳି କଢାଉ ପଥ

ଉତ୍ଫଣ ଯମୁନା ଛାଡିଦେଉ ବାଟ

ପ୍ରକୃତି ହେଉ ତଟସ୍ଥ ।


ଆଶାର ବର୍ତ୍ତିକା ଅମୃତ ଜୀବନ

ସଞ୍ଚରୁ ସତ୍କର୍ମ ଧର୍ମ

ରହିଯାଉ ସ୍ୱପ୍ନ ପାହିଯାଉ ରାତି

ମୁକ୍ତି ମହାମନ୍ତ୍ର କାମ୍ୟ ।



Rate this content
Log in

Similar oriya poem from Tragedy