STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ଅଭିମାନ ନା ଅଭିଯୋଗ

ଅଭିମାନ ନା ଅଭିଯୋଗ

1 min
212


ଜନ୍ମ ମରଣସବୁ ତୁମରି ଦେନ, 

ଜୀବନ ନଉକା ଚାଲେ ତୁମ ଇଂଗିତରେ, 

ପୁଜେ ମୁଁ ନିତି ତବ ଚରଣ, 

ଆହେ ଚକାନୟନ। 


ଦେଇଥିଲ ଜୀବନ ହେଲେ

ଖୁସି ଦେବାକୁ ଗଲ ଭୁଲି, 

କେତେ କରିବି ଅଭିେଯାଗ ତୁମ ଠାରେ, 

ଜଂଜାଳ ଭିତରକୁ ଦେଲ ପେଲି, 

ଦିନ ଆରମ୍ଭ ଦିନର ଶେଷ ସରେ କଟୁ କଥାରେ। 



ତୁମ ହାତରେ ମୁଁ ଟେକି ଥିଲି ମୋ ଜୀବନ, 

ଜୀବନର କଷ୍ଟ ପାରୁନି ସହି, 

କାହିଁକି ମୋ ଜୀବନ କରୁଛ କଠିଣ, 

ବାରେ ଦୟାକର ମ୍ରୁତ୍ୟୁ ଦିଅ ମୋତେ ଭାବଗ୍ରାହୀ। 



କଷ୍ଟ ଯେତେ ଯଦି ମୋତେ ଅଛି ସହିବାକୁ, 

ଦିଅ ସେଇ ଶକ୍ତି, 

ସହି ସହି ମୋ ଜୀବନ ବସିଲାଣି ସରିବାକୁ, 

ପାଇ ଯିବି ମୁଁ ମୁକ୍ତି। 


ହାରି ଦିଅନ୍ତି ଏ ଜୀବନ, 

ହେଲେ ମୋ ଜୀବନ ରେ

ବସିଛୁ ତୁ କରି ଅଧିକାର, 

ଆଉ ମୁଁ ସହି ପାରୁନି କଷଣ, 

ମ୍ରୁତ୍ୟୁ ଦିଅ ମୋତେ ଏଇ ନିମିଷରେ। 




 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy