ସଂସ୍କାର ଶିକ୍ଷା
ସଂସ୍କାର ଶିକ୍ଷା
ପକ୍ଷପାତିତା କାହିଁକି ଏ ସମାଜର ?
ଗଢି ତ ନଥିଲା ବିହି ଏ ସଂସାର,
ନିକିତିରେ ତଉଲି ଉଚ୍ଚ ନିଚ୍ଚର ?
ଭିନ୍ନତା କାହିଁକି ମାନଦଣ୍ଡ ପାଳନର ,
ପୁତ୍ର ଓ କନ୍ୟାର ?
ସଂସାର ଚଳଣି ରୀତିନୀତିର ,
କିମ୍ପାଇ ମିଳେ କନ୍ୟାକୁ ଶିକ୍ଷା ବାଧ୍ୟତାର ?
ପଢାଯାଏ ପାଠ ପୁଣି ତାକୁ ,
ଶାଳିନତା ,ସଂଯମତା ଓ ଧର୍ଯ୍ୟର ।
ଶିଷ୍ଟତା ଆଚରିିିବା କାର୍ଯ୍ୟ କଣ
କେବଳ ଝିଅ ଆଉ ବୋହୁର ?
ସମାନ ନୁହେଁ କାହିଁ କର୍ତ୍ତବ୍ୟ,
ସେମିତି ପୁଅ କି ଜୋଇଁର ?
ନ ଦେଇ ସୁଶିକ୍ଷା ପୁଅକୁ
ଦେଉନାହୁଁ କି ପ୍ରଶ୍ରୟ
ବ୍ୟଭିଚାର ଓ ଅନ୍ୟାୟକୁ?
ଯେଣୁ ମଣେ ଅସୁରକ୍ଷିତ,
ନାରୀ ଜନ୍ମିଲେ କନ୍ୟାଶିଶୁଟିଏ ।
ନ ପାରିବା ଯଦି ପାଳନ କରି
ସୁସଂସ୍କାର ଦେଇ ନିଜ ପୁତ୍ରଟିକୁ ,
ଦମନ କରିକି ପାରିବା ,
କୁଶିକ୍ଷା ସୃଷ୍ଟ ନର ରାକ୍ଷସ ଗୁଡିକୁ ?
କେତେ ବା ନିର୍ଭୟା ନ୍ୟାୟରେ
ମାତାଗଣ ଭୁଲାଇବେ ପୁତ୍ରଶୋକକୁ ?
ସତ୍ ଶିକ୍ଷା ରେ ଗଢିବା ନୁହେଁ କି ଉଚିତ
ସନ୍ତାନର ବାଲ୍ୟ ଜୀବନକୁ ?
ଏ ଦେଶ ଚାଲେ ମିଛ ଦ୍ଵହି ଦେଇ,
" ଉନ୍ନତି ପଥେ ଗଲେଣି ଆଗେଇ
ପୁଅ ଝିଅ କାନ୍ଧକୁ କାନ୍ଧ ମିଳାଇ "
ଗର୍ବିତ ଭାରତୀୟ ଦୂର ବିଦେଶରେ,
ଯେଉଁ ପୂର୍ବ ସଂସ୍କୃତି ଆଧାରରେ ,
ଯାଉଛି ଭୁଷୁଡି ସେକାଳ ଐତିହ୍ୟ
ଶଂକିତ ଦୁହିତା ମାତାଗଣ ଏଭୂମିରେ ।
ଭୁଲି ଆଜି ନାରୀ ସମ୍ମାନ ରୀତି,
କଳଂକିତ ଦେଶ ଏ ମାଟି ,
ଦୁଷ୍କର୍ମ- ହତ୍ୟା ବର୍ଦ୍ଧିତ ମାତ୍ରାରେ ।
ଆସ ସୁଜନେ ସୁନ୍ଦର ସମାଜ ଗଢିବା ,
ପୁତ୍ର କନ୍ୟାକୁ ସମାନ ଶିକ୍ଷା ସଂସ୍କାରେ ପାଳିବା,
ଆମ ସନ୍ତାନକୁ ସମାନତା ବାଣୀ ଶିଖାଇ ଯିବା ,
ନୂଆ ଏକ ପଥ ଆଗାମୀ ପିଢିକୁ ଦେଖାଇ ଯିବା ।