STORYMIRROR

Kali Kumar

Tragedy

4  

Kali Kumar

Tragedy

ସଂଘର୍ଷ

ସଂଘର୍ଷ

1 min
261

ସକାଳର ସୂର୍ଯ୍ୟ ଲାଉଲତା ଛୁଇଁବା ପୂର୍ବରୁ

ବାସିପାଇଟିର ବାସନମାନଙ୍କ କୋଳାହଳ ପୂର୍ବରୁ

ଛଣ ଚାଳର ମୂର୍ଦ୍ଧ୍ୱନିକୁ, ମାଟି ଚୁଲିର ଧୂଆଁ

ସରାଗେ ଚୁମିବା ପୂର୍ବରୁ

ସେମାନେ, ହାଡ଼କୁ ପାଣି କରି

ରକ୍ତକୁ ପଥର,

ପିନ୍ଧିନିଅନ୍ତି, ମୁଖା ଓ ମୁକୁଟ

ଦାୟିତ୍ୱ ଆଉ କର୍ତ୍ତବ୍ୟବୋଧର ।।

ତା'ପରେ ଆରମ୍ଭ ହୁଏ ସଂଘର୍ଷ

ଜୀବନ-ଜୀବିକା, ପୋଷଣ-ଶୋଷଣ, ହର୍ଷ-ଉଲ୍ଲାସ

ଅସହାୟ-ନିଃସହାୟ , ଲୋକଙ୍କ ସଂଘର୍ଷ କ୍ଳିଷ୍ଟ

ଏନ୍ତୁଡ଼ିଶାଳରେ ହୁଏ, ବିରୋଧ ଓ ବିଦ୍ରୋହର ଶିଳାନ୍ୟାସ

ତା'ପରେ; ଆରମ୍ଭ ହୁଏ, ସେମାନଙ୍କ ଇତିହାସର ସଂଘର୍ଷ ।।

ପାଣିର ଛାତିକୁ ଚିରି

ତୋଫାନର କରାଳକୁ ସାମ୍ ନ୍ନା କରି

ଦରିଆର ସଙ୍କଟ ସଜ୍ଜିତ ଦରବାରେ


ବଜାଇ ଦିଅନ୍ତି, ନିଜ ଅସ୍ତିତ୍ୱର ବିଜୟ ତୁରୀ

କେଇ ଖଣ୍ଡ କାଠର ଉଜୁଡ଼ା ଦୂର୍ଗକୁ ଆସରା କରି

ହାଡ଼କୁ ପାଣି କରି

ରକ୍ତକୁ ପଥର,

ସେମାନେ ପିନ୍ଧିନିଅନ୍ତି, ମୁଖା ଓ ମୁକୁଟ

ଦାୟିତ୍ୱ ଆଉ କର୍ତ୍ତବ୍ୟବୋଧର ।।

ସମ୍ମୁଖେ ଦୂରବର୍ତ୍ତୀ ଉପକୂଳ, ମୁଣ୍ଡେ, ହାତ ପାହାନ୍ତା ଆକାଶ

ତଥାପି; ଦରିଆର ଛାତି ପରି,

ସଂକୋଚିତ-ପ୍ରସାରିତ, ନିତ୍ୟ ତା' ନିଃଶ୍ବାସ

ରୁଗ୍ଣ ଛାତି ତା' ସେତେ ଯେପରି ଅଭେଦ୍ୟ ପାଷାଣ

କରିବାକୁ ସଂସାର ପ୍ରତିପୋଷଣ, କରିଅଛି ପଣ

ଜୀବନକୁ ହାତେ ରଖି, ବରିବାକୁ ମରଣ

ହାଡ଼କୁ ପାଣି କରି

ରକ୍ତକୁ ପଥର,

ସେମାନେ ପିନ୍ଧିନିଅନ୍ତି, ମୁଖା ଓ ମୁକୁଟ

ଦାୟିତ୍ୱ ଆଉ କର୍ତ୍ତବ୍ୟବୋଧର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy