ସଂବିତ୍
ସଂବିତ୍
ନିଜେ ହିଁ ନିଜର ପୃଥିବୀ
ଅନେକ ପ୍ରଶ୍ନ ଭିତରେ
କିଛି ସନ୍ଦିହାନ ଭବିଷ୍ୟତ
ଆକାଶ ଟା ଶୂନ୍ୟ ଯଦି
ରାସ୍ତା ଟା ବି ଫର୍ଚ୍ଚା ଫର୍ଚ୍ଚା ଦିଶେ।
ରାସ୍ତାରେ ଚାଲି ଯାଉଥିବା ଆକାରକୁ
କିଏ ଝାଙ୍କୁଛି ଅବା ନ ଝାଙ୍କୁଛି
ଜାଣିବାର ପରବାୟ ନାହିଁ
ବାସ୍ ସେ ଚାଲିଛି ଯେ ଚାଲିଛି
ତା'ର ରାସ୍ତାରେ ସଂଜ୍ଞା ଟିଏ ନାହିଁ।
ଅଭିସନ୍ଧି କହିଲେ କିଛି ଯନ୍ତ୍ରଣା
ଯାହା ସେ ପାନ କରି
ନୀଳକଣ୍ଠ ସାଜିଛି
ବିଶ୍ୱାସ ର ଅନତି ଦୂରରେ
ଦେଖେ ଜଳି ଯାଇଥିବା ଅସ୍ତିତ୍ବ।
ସନ୍ଦିହାନ ଭିତରେ କୁହୁଳେ
ଘମାଘୋଟ ଯୁଦ୍ଧ
ସେ ଯୁଦ୍ଧ ଟା ତା' ମନ ଆଉ ହୃଦୟ ର
ଅତି ଆପଣାର କ୍ଷେପଣାସ୍ତ୍ର।
ସଂଵିତ୍ ର ମନସ୍ତତ୍ତ୍ୱ ଟିଏ
ନିଜ ଭିତରେ ଅଙ୍କୁରିତ
ଧ୍ୟାନ ର ଅପୂର୍ବ ଆଭାସ
ଦୀର୍ଘ ନିଶ୍ଵାସ ର ପାଦ
ନା ଶୁଭେ ପାହୁଣ୍ଡ ର ଶବ୍ଦ
ନା ପାଦ ର ବାର୍ତ୍ତା ।
ଆଲ୍ହାଦିତ କୋମଳ ନୟନ
ଖୁସି ର ଆସ୍ତରଣ ଟିଏ ଛାଇଦିଏ
ବିମୁଗ୍ଧ ମନରେ
ଆନନ୍ଦ ର ପରିଭାଷା କହେ
ନିଜ ଭିତରେ ନିଜେ ହିଁ ପୃଥିବୀ।
