STORYMIRROR

Ramachandra Bhutia

Abstract Romance Classics

4  

Ramachandra Bhutia

Abstract Romance Classics

ସ୍ନାନ ଯାତ୍ରା

ସ୍ନାନ ଯାତ୍ରା

1 min
231

ଆହେ ଚକାଡୋଳା  ଧନ୍ୟ ତୁମ୍ଭ ଲୀଳା

    କରୁଅଛ କେତେ ନାଟ

ମାନବୀୟ ଧାରା   କରୁଅଛ ପରା

   ହୋଇ ଭକ୍ତ ଭାବେ ମତ୍ତ  

    

ହେ କୃଷ୍ଣ କେଶବ  ଜଗତ ବଲ୍ଲଭ

   ପ୍ରବଳ ନିଦାଘ ତ୍ରାସେ

କଳା ପଡ଼ିଗଲା   କଳା ଶ୍ରୀମୁଖ କି

   ଖେଳିଳ ଚନ୍ଦନ ମାସେ  


ସେତିକିରେ ତୃପ୍ତ   ନୋହିବାରୁ ମନ

    ଛାଡି ରତ୍ନ ସିଂହାସନ

ସ୍ନାନ ମଣ୍ଡପ କୁ    ବିଜେ କରିଅଛ

   ସଙ୍ଗେ ଘେନି ସୁଦର୍ଶନ

    

ବଳିୟାର ଭୁଜ    ଦେବ ବଳଭଦ୍ର

   ସଙ୍ଗେ ଭଗ୍ନୀ ଯୋଗମାୟା

ସ୍ନାନ ପାଇଁ ଆଜ   ହୋଇଅଛ ସଜ

   ଧୋଇବାକୁ ନିଜ କାୟା


ଦେଖି ତୁମ୍ଭ ମୁଖ   ହେ କଳା ଶ୍ରୀମୁଖ

    ଲାଗୁଛି କି ନବଘନ

ବରଷିଯିବ କି   କରୁଣା ର ବାରି

   ତୋଷ କରି ଭକ୍ତ ମନ


ହୋଇ ମଦମତ୍ତ   ନିଶାରେ ଉନ୍ମୁତ୍ତ

   ଆସୁଛି କି କୃଷ୍ଣ - ଗଜ

ଭକ୍ତି ଓ ପ୍ରେମର   ରଜ୍ଜୁରେ ବାନ୍ଧିଛୁ

   କାହିଁ ଯିବ ତୁମ୍ଭେ ଆଜ


ଶହେ ଆଠ ଗରା   ଗାଧୋଇବ ପରା

   କରିବାକୁ ତାପନାଶ

ଭାବଗ୍ରାହୀ ଆହେ   ପ୍ରଭୁ ଅନ୍ତର୍ଯ୍ୟାମୀ

   ଭକ୍ତ ଭାବେ ହୋଇ ବଶ


ପତିତ ଜନଙ୍କୁ   ଦେବାକୁ ଦର୍ଶନ

   ହେ ପ୍ରଭୁ ପୁରୁଷୋତ୍ତମ

ଛଳିଆ ଠାକୁର   ଛଳରେ କରିଛ

    ମହାସ୍ନାନ ଆୟୋଜନ


ଦ୍ଵାପର ଯୁଗରେ   ଚୋରି କରୁଥିଲ

   ତୁମ୍ଭେ ବସ୍ତ୍ର ଗୋପୀ ଙ୍କର

ସେଥିପାଇଁ ଅବା   ଜଗତ ଦେଖୁଛି

   ତୁମ୍ଭ ସ୍ନାନ ବଂଶୀଧର !!

    

ଗଣପତି ଭଟ୍ଟ     ଗଜାନନ ଭକ୍ତ

   ଆସିଥିଲେ ଏହି ଦିନ

ନ ଦେଖି ଗଣେଶ    ଗଣନାଥ ବେଶ

    ବିମୁଖ ବିରସ ମନ

 

ଗଜାନନ ବେଶ   ହୁଅ ଜଗଦୀଶ

   ରଖିବାକୁ ଭକ୍ତ ଟାଣ

ଭକତ ଭାବରେ   ବନ୍ଧା ପଡିଥାଅ

   ଭକତ ତୁମ୍ଭର ପ୍ରାଣ

    


ଶୁଭ ଜନ୍ମ ଦିନ    ହେ ଚକାନୟନ

    ଭକତ ଗୁହାରି ମାନ

ହୋଇଯିବ ଜ୍ଵର    ପ୍ରଭୁ ଆଦିମୂଳ

    କରନାହିଁ ଆଉ ସ୍ନାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract