ସମୟର ଡୋରି
ସମୟର ଡୋରି
ଶାକାହାରୀ ଆଜି ମାଂସାଶୀ ସାଜିଛି
ସମୟ ସ୍ରୋତରେ ବୋହି
ଚିତ୍ତର ଆକାଶେ ପାହାନ୍ତିି ତାରକା
ହେଉଥାଏ ଧୋଇଁ ସୋଇଁ ।।
ପ୍ରକମ୍ପିତ ହୃଦେ ନିସ୍ତବ୍ଧତା ଖେଦ
ସ୍ଵତନ୍ତ୍ରତା ବହ୍ନିି ପରି
ସମୟ ବୁଝେନା ଆଳସ୍ୟର ଦିନ
ଉଠହେ କେତନ ଧାରି ।।
ରୁଧିର ବୁହାଇ ସ୍ୱାଧୀନ ଆଣିବା
ସୁୁୁପଥ ରେ ଆମେ ରହି
ସ୍ଵାଧୀନ ଭାରତେ ପରାଧୀନ ଛାୟା
ପାହାନ୍ତି ଆସଇ ପାହି ।।
ଆଜିି ଆମେ ଯଦି ସକଳେ ତେଜିିିବା
ଲଂଘିବା ପ୍ରେୟସ ମନ
ଦୁଃଖୀ ମନେ ଆଉ ଉତ୍ଥାନ ପତନ
ନପଡିବ ଘନଘନ ।।
ପୁବେଇ ପବନ ବୋହି ଆଣୁଛି
ସ୍ୱାଧିନର ସେହିିଧ୍ୱନି
ଆକାଶ ପାତାଳ ଭୂତଳ କମ୍ପୁଛି
ଥରାଇ ଦିିଏ ଏ ମେଦିନୀ ।।