STORYMIRROR

ଅଶୋକ କୁମାର ମହାନ୍ତ l

Thriller Others Children

3  

ଅଶୋକ କୁମାର ମହାନ୍ତ l

Thriller Others Children

ସମୟର ଡୋରି

ସମୟର ଡୋରି

1 min
201

ଶାକାହାରୀ ଆଜି  ମାଂସାଶୀ ସାଜିଛି

     ସମୟ ସ୍ରୋତରେ ବୋହି

ଚିତ୍ତର ଆକାଶେ    ପାହାନ୍ତିି ତାରକା

     ହେଉଥାଏ  ଧୋଇଁ ସୋଇଁ ।।


ପ୍ରକମ୍ପିତ ହୃଦେ     ନିସ୍ତବ୍ଧତା ଖେଦ

     ସ୍ଵତନ୍ତ୍ରତା ବହ୍ନିି ପରି

ସମୟ ବୁଝେନା     ଆଳସ୍ୟର ଦିନ

     ଉଠହେ କେତନ ଧାରି  ।।


ରୁଧିର ବୁହାଇ    ସ୍ୱାଧୀନ ଆଣିବା

     ସୁୁୁପଥ ରେ ଆମେ ରହି

ସ୍ଵାଧୀନ ଭାରତେ   ପରାଧୀନ ଛାୟା

     ପାହାନ୍ତି ଆସଇ ପାହି   ।।


ଆଜିି ଆମେ ଯଦି    ସକଳେ ତେଜିିିବା

     ଲଂଘିବା ପ୍ରେୟସ ମନ

ଦୁଃଖୀ ମନେ ଆଉ   ଉତ୍ଥାନ ପତନ

     ନପଡିବ ଘନଘନ   ।।


ପୁବେଇ ପବନ   ବୋହି ଆଣୁଛି

     ସ୍ୱାଧିନର ସେହିିଧ୍ୱନି 

ଆକାଶ ପାତାଳ  ଭୂତଳ କମ୍ପୁଛି 

    ଥରାଇ ଦିିଏ ଏ ମେଦିନୀ   ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller