ସମୁଦ୍ରର ଶୋଷ
ସମୁଦ୍ରର ଶୋଷ
ସେ ଫିଙ୍ଗିପାରେ ନୀଳନୀଳ ଢେଉ ,
ତା ଅକ୍ଷତ ଛାତିରୁ ଶୁଭିପାରେ ସୁ ସୁ ର ଗର୍ଜନ ।
ନୀଳ ନୀଳ ଦେହରୁ ଫିଙ୍ଗିପାରେ ସେ ଅନାବୃତ ଫେନୀଳ ବାରିଧି ,
ତା ରୂପ ଯୌବନରୁ ଆଙ୍କିହୁଏ ଚିତ୍ରକଳାର ଅନେକ ଚିତ୍ର ।
ସେ କାଳେ ସବୁ ସହିପାରେ ବୋଲି ବରୁଣ !
ପ୍ରତି ମୁହୂର୍ତ୍ତେ ଚଳଚଞ୍ଚଳ ବୋଲି ସମୁଦ୍ର ।
କେହି ପଢିଛ କି ତା ମନର କଥା ?
ତା ଛାତି ତଳର ଅକୁହା ବେଦନା ?
କେହିଜଣେ ତା ଅସହାୟତାକୁ ଚିହ୍ନେ ,
ସେଥିପାଇଁ ସେ ଆଙ୍କେ ବେଳାଭୂମିରେ ବାଲିଘର ।
ରଙ୍ଗ ମାଖେ , ଦିଅଁ ଗଢେ , ପୁଣି ଦିଅଁଙ୍କୁ ସ୍ଥାପନା କରେ ,
ତାର ସେଇ କୁନି ରଙ୍ଗମଖା ଦେଉଳରେ ।
ସେ ଦିଅଁ ର ରଙ୍ଗ କାଳେ ସମୁଦ୍ର ରଙ୍ଗର ,
ସେ ଦିଅଁ ର ଆଖି କାଳେ ସୁଧୁ ଗୋଲାକାର !
ସେ ଚିତ୍ରକର କାଳେ ପାଗଳ ଥାଏ ,
ବେଳାଭୂମି ଛାତିରେ ତା ଉପରେ ବାଲିଫିଙ୍ଗା ଯାଏ ।
ବାଲିଫିଙ୍ଗେ ସେ ବେଳାଭୂମିର ପୁରୁଣା ଦୋକାନୀ,
ନୂଆ କରି ଆସିଥିବା ପୁରୀକୁ ତରୁଣୀ !
ସେ ଚିରାଚରିତ ପାଗଳଟି ହସେ !
ତା ହସରେ ସେ ଗଢିଥିବା ବାଲିଘର ଭାଙ୍ଗିଯାଏ ,
ତା ଦିଅଁ ମିଶିଯାଏ ସେ ନୀଳନୀଳ ଢେଉରେ!!! !
ସେ ପାଗଳ ପୁଣି ଆଙ୍କେ କାଳିଆ ମୁହଁକୁ ।
କାଳେ ସୁଧୁ କଳାମୁହଁ ଧଳା ହେବ ବାଲିକଣିକାରେ !!!
ଆଉ ସମୁଦ୍ରଟି ଭାସିଯିବ କାଳିଆ ପ୍ରେମରେ ।
୦-୦-୦
