STORYMIRROR

Kshitish Jena

Action Inspirational Children

4  

Kshitish Jena

Action Inspirational Children

ସମସ୍ତଙ୍କ ପାଇଁ ଶିକ୍ଷା

ସମସ୍ତଙ୍କ ପାଇଁ ଶିକ୍ଷା

1 min
321


ଆଜି ଯିଏ ଶିଶୁ କାଲି ସିଏ ହେବ

ଏହି ଦେଶ ନାଗରିକ

ଗାନ୍ଧୀ,ଗୋପବନ୍ଧୁ ଭଳି ଦିନେ ସିଏ

ରଖିବ ଜାତିର ଟେକ ।

ବଗିଚାଟି ଜମା ଦିଶେନି ସୁନ୍ଦର

ଯଦି ଫୁଟି ନାହିଁ ଫୁଲ

ମରୁଭୂମି ଭଳି ଶିଶୁ ବିନା ଘର

ଲାଗେନି କଦାପି ଭଲ ।

କୋମଳ ଶିଶୁଟି କଢ଼ ପରି ଅଟେ

ଦିନେ ଫୁଟି ଫୁଲ ହେବ

ବଢ଼ିଗଲେ ତା'ର ଗୁଣ ରୂପୀ ବାସ୍ନା

ଚଉଦିଗ ମହକିବ ।

ପଢ଼ିବା ବୟସେ ଯଦି କରାଯାଏ

ତାକୁ କାମେ ନିୟୋଜିତ

ଫୁଟିବା ବଦଳେ କଢ଼ ଅବସ୍ଥାରୁ

ହୁଏସିଏ ବୃନ୍ତଚ୍ୟୁତ ।

ଫୁଲ ଉଦ୍ୟାନଟି ଦିଶେ ଅସୁନ୍ଦର

କଢ଼ ହେଇ ଝଡିଗଲେ

ଚାରୁ ହୀନ ଲାଗେ ଆମ ଦେଶ ଶିଶୁ

ଶିକ୍ଷାରୁ ବଞ୍ଚିତ ହେଲେ ।

କଲମ ଧରିବା ବୟସେ ତା'ହାତେ

ଧରାନି କୋଦାଳ କୋଡ଼ି

ସ୍ଵଳ୍ପ ଅର୍ଥ ପାଇଁ ଶିଶୁକୁ କଦାପି

କାମକୁ ନଦିଅ ଛାଡ଼ି ।

ଦେଶ ଭବିଷ୍ୟତ ଅଟେ ଏହି ଶିଶୁ

ମେରୁଦଣ୍ଡ ପୁଣି ସିଏ 

ବିପଦ କାର୍ଯ୍ୟରେ ତାକୁ ଯେ ଖଟାଏ

ଅଦାଲତେ ଦଣ୍ଡ ପାଏ ।

ଓଦା ମୂର୍ତ୍ତୀ ପରି ଶିଶୁ ଅବସ୍ଥାଟି

ଭ୍ରମ ଥିଲେ ସୁଧୁରିବ

ଯେଉଁ ମାର୍ଗ ତାକୁ ଦେଖାଇବା ଆମେ

ସେହି ମାର୍ଗେ ସିଏ ଯିବ ।

ଜ୍ଞାନହୀନ ବ୍ୟକ୍ତି ଏହି ଦୁନିଆରେ

କରେ ପଶୁଆଚରଣ 

ଶିଶୁଟିକୁ କେବେ ନରଖ ଅଜ୍ଞାନୀ

ଜନକ ଜନନୀ ଗଣ ।

ପ୍ରାଥମିକ ଶିକ୍ଷା ସମାପ୍ତି କରିବା

ଅଟେ ଶିଶୁ ଅଧିକାର

ଏଥିଲାଗି ଖାଦ୍ୟ ବସ୍ତ୍ର ବହି ଦିଏ

କେନ୍ଦ୍ର ରାଜ୍ୟ ସରକାର ।

ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ

ଆଜି ଶିକ୍ଷାର ଆହ୍ୱାନ

ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଅଛି

ସର୍ବଶିକ୍ଷା ଅଭିଯାନ ।



Rate this content
Log in

Similar oriya poem from Action