ସ୍ମୃତିର ନୂପୁର
ସ୍ମୃତିର ନୂପୁର
ଅତୀତର ସ୍ମୃତି
ତୁମେ ମୁଁ ଭୂଲିନି ଭୂଲିବି ନାହିଁ ମୁଁ
ତୁମେ ମୋ ଅତୀତ ସ୍ମୃତି
ତୁମେ ମୋ କଉଡି ତୁମେ ଆଶା ବାଡି
ତୁମେ ନେଇ ମୋର ଗତି ।
ଭାଗ୍ୟ ଆକାଶର ପାହାନ୍ତି ତାରା ମୋ
ଉଇଁ ଆସ ପ୍ରାଚୀ କାନ୍ଥେ
ସାଉଁଟି ନେଇ ମୁଁ ସେନେହ ଶେଫାଳୀ
ତୁମ ପଥେ ଚାହିଁ ଗୁନ୍ଥେ ।
ତିରିଶ ବର୍ଷର ପୁରୁଣା କଥା ଏ
ଲାଗେ ମୋତେ ଆଜି ଭଳି
ପ୍ରୀତି କାଦମ୍ବିନୀ ବାଟ ଭୂଲି ନାହିଁ
ପୂର୍ବ ପରି ଦିଏ ଢାଳି ।
ଭିଜା ଭିଜା ଲାଗେ ତନୁ ମନ ମୋର
ବିଗତ ପୀରତି ପି
ପ୍ରତ୍ୟହ ଜୀବନେ କଳ୍ପ ବଟ ଚାରା
ସ୍ମୃତି ରୂପେ ରୋପି ଥାଇ ।
ବାଣ୍ଟି ପାରେ ନାହିଁ ମନର କଥାକୁ
ସାଇତି ରଖିଛି ମନେ
ପରି ସମାପ୍ତି ମୋ ପ୍ରେମର ନହେଉ
ଏଇ ମୋ ଜୀବନ ରଣେ ।
ଯେତେ ଦିନ ଯାଏ ବଞ୍ଚି ରହି ଥିବି
ଯୁକ୍ତ ଥାଉ ବେନି ପ୍ରାଣ
ଅତୀତର ସେହି ଗଳ୍ପ ଗୁଚ୍ଛ ରହୁ
ସର୍ବଦା ଚିର ଅମ୍ଳାନ ।

