ସ୍ମୃତିର ନିଆଁ ଝୁଲ
ସ୍ମୃତିର ନିଆଁ ଝୁଲ


ଅନେକ ଦିନ ପରେ ସେଦିନ ମୋର
ଦେଖା ହୋଇଗଲା ପ୍ରୀତିପଦ୍ମା ସହ
ପୁରୀର ସେ ସ୍ବପ୍ନ ବିଭୋର ବେଳାଭୂମିରେ ,
ମୋ ଆଖିରେ ଆଖି ମିଶାଇ
ସେ ହସି ଦେଲା ଖୁବ୍ ସହଜରେ ,
ଏଥର ଶୂନଶାନ ନୀରବତାକୁ ଡେଇଁ
ମୁଁ ପଚାରିଲି କେମିତି ଅଛୁ
ଆଜି ବି ତ ବଉଳର ବାସ୍ନା ପରି
ମହ ମହ ବାସୁଛୁ .....!
ସେ କହିଲା ହଁ ଭଲରେ ଅଛି
ସ୍ମୃତିର ବତୀ ଖୁଣ୍ଟ ହୋଇ ଛିଡା ହୋଇଛି
ବିସ୍ମୃତିର ଅନ୍ଧାର ଗଳିରେ ,
ମୁଁ କହିଲି ତୁ କ'ଣ ଜାଣିନୁ ,
ଅତୀତର ସ୍ମୃତି ସବୁ
ସବୁ ଦିନେ ନିଆଁ ଝୁଲ ହୋଇ ଝୁଲୁଥାଏ
ସ୍ମୃତି ହୋଇ ଜଳିବାକୁ ବଳକା ଜୀବନରେ .......