STORYMIRROR

Bijoy Jena

Action Classics

4  

Bijoy Jena

Action Classics

ସ୍ମୃତି

ସ୍ମୃତି

1 min
216


ସ୍ମୃତି ଲାଗେ ମୋତେ ସଫା ଜହ୍ନ ପରି

         ଦିଶୁଥାଏ ଜଳ ଜଳ

ବାଳୁତ କୈଶୋର ଯଉବନ କଥା

          ସରି ସରି ଯାଏ କାଳ।

ବେଶୀ ମନେ ପଡେ ମାଆର ମମତା

          ମାଆ ର ପଣତ କାନି

ଦୁଃଖ ଅବା ଶୋକ ଜଣା ପଡ଼େ ନାହିଁ

          ସେହି ତ ଅମୂଲ୍ୟ ମଣି।

ଯଉବନ ବଡ ବିଷମ କାଳ ଯେ

           ଅନୁଭବୀ ଜାଣେ ଏକା

ଚୁପି ଚୁପି ପ୍ରେମ କଥା ହେଉଥିଲେ

           ମନରେ ଆସଇ ଦକା।

ଯେଉଁ ଦିନ ବାପା ମରଣ ଲଭନ୍ତି

           ମନେ ରହିବ ସେ ଦିନ

ପରିଣତ କାଳେ ସ୍ମୃତିରେ ଆସଇ

           ନ ଭୁଲିଛି ଏଇ ମନ।

କେତେ କେତେ ସ୍ମୃତି ସାଇତି ରଖିଛି

          ନୁହେଁ ଏହା ଫିଙ୍ଗିବାର 

ସ୍ମୃତିରେ ବଞ୍ଚିବା ସ୍ମୃତିରେ ରହିବା

          ନ ପାଇ ଏଥୁଁ ନିସ୍ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action