STORYMIRROR

Sushma Manjari Dash

Tragedy Others

2  

Sushma Manjari Dash

Tragedy Others

ସ୍ମୃତି

ସ୍ମୃତି

1 min
88

ସମୟର ଚକ ଘୂରୁଛି ଘୂରିବ

          ଫେରେନି ପଛକୁ କେବେ

ଧରମ ପାଳନ କରଇ ତ ସିଏ

           ଓହରି ଯାଏ ନି ଲବେ ।

ତାହାରି ସ୍ରୋତରେ ଭାସି ଯାଇଛି ମୋ

            ଅତୀତର ସ୍ମୃତି ସବୁ

ଅତୀତର କଥା ଭାରି ମନେ ପଡେ

            ମଜ୍ଜି ଯାଏଁ ଭାବୁ ଭାବୁ  ।       

  ମନେ ପଡ଼େ ମୋର ମାଆଙ୍କର କୋଳ                           

 ବଡ଼ଭାଇ ଗେହ୍ଲା ପଣ      

ଆହୁରି ଅଧିକ ମନେ ପଡିଯାଏ

             ସେ ଦୁହିଁଙ୍କ ସ୍ନେହ ପ୍ରେମ।         

ହସ ଉଲ୍ଲାସରେ ଗଢିଥିଲେ ମା                               

 ଛୋଟ ଆଳୟ ଟି ଆମ

ସୁଖ ଶାନ୍ତି ଆମ ସହି ପାରିଲାନି

               ନେଇ ଗଲା ତାଙ୍କୁ ଯମ      

 ମୋ ଅତୀତ ସ୍ମୃତି ଅତୀତ ମମତା

               ସବୁତ ଯାଇଛି ହଜି

ତାହା ଆଉ କ'ଣ ଫେରିିକି ଆସିବ

               ଭବିଷ୍ୟତ ସ୍ଵପ୍ନ ସାଜି


Rate this content
Log in

Similar oriya poem from Tragedy