STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଅନ୍ତର୍ଦ୍ଦାହ-୧

ଅନ୍ତର୍ଦ୍ଦାହ-୧

1 min
133

ଦେଖିଛ କି କିଏ

କେଶବଙ୍କ ବିୟୋଗରେ

 କୋଇଲିକୁ ପଚାରୁପଚାରୁ 

କେଶ ତାଙ୍କ ଶୁଭ୍ର ବର୍ଣ୍ଣ ହେଲା , 

ଚକ୍ଷୁରୁ ଲୋତକ ଗ୍ରନ୍ଥିଶୁଷ୍କ ହୋଇଗଲା ।

କେପାତୀ ର ଅନ୍ତର୍ଦ୍ଦାହ ଆଜିବି ଶୁଭୁଛି

ଅଗ୍ନାଅଗ୍ନି ବନସ୍ତର ବୃକ୍ଷର ଶୀର୍ଷରେ,

କାଳର କରାଳ ଚକ୍ରେହରାଇଲା ବିଶିେକଶନକୁ !

ବୁକୁଫଟା ଆର୍ତ୍ତନାଦ ଭାସିଆସେ 

ଦୁର ଦିଗ୍ବଳୟରୁ

ଉଠୁେର ପୁତା ଉଠ୍ଉଠ୍ଉଠ୍

ସୀତାଙ୍କର ଅନ୍ତର୍ଦ୍ଦାହ ଦେଖିବି

 ଅଦେଖା ହେଲେ

 ମର୍ଯ୍ୟାଦା ପୁରୁେଷାତ୍ତମ ରାମ"

ସମାଜର ଭୟ ଆଉ ଅପଲାଞ୍ଛନାକୁ ଡରିକଲେ ସୀତା ଙ୍କୁ ଲାଞ୍ଛିତା,

କୁରୁସଭା ମଧ୍ୟେ ,

ଅବଗୁଣ୍ଠନବତୀ ଦ୍ରୗପଦୀ 

ଅବ ଲୁଣ୍ଠିତ ହେଲା ବେଳେ

ସମାଜର ବଡ଼ପଣ୍ଡା ମାନଙ୍କର 

ଚକ୍ରବ୍ୟୁହ ରୁ ମୁକୁଳି ନ ପାରି

ଜଳିଗଲେ ନିଜସ୍ବ ଅନ୍ତର୍ଦ୍ଦାହ ମଧ୍ୟେ

ଶ୍ରୀରାଧାଙ୍କ ଅନ୍ତର୍ଦ୍ଦାହ 

ଆଜି ବି ପ୍ରତିବିମ୍ବିତ

 ଜମୁନା ଜଳରେ

 ମିଛ ପ୍ରତିଶ୍ରୁତି ଭରା ମୁରଲୀର ସ୍ୱନ- ଯେବେ ସ୍ତବ୍ଧ ହେଇଗଲା.

 କଦମ୍ବର ଗହଳିଆ ପତ୍ର ଉହାଡରେ

"ନୀର୍ଭୟା" -ମାଆଙ୍କର 

ଅନ୍ତର୍ଦ୍ଦାହ ଶୁଣିଛକି କେହିି 

ଯେତେବେଳେ କୋଟି କୋଟି-

ଜନତାର ସମାବେଶ

 ରାଜରାସ୍ତା ପରେ

ଜାଳୁଥିଲେ ମହମର ବତୀ।

ଯେତେ କହିହେଲେ ଆମେ 

କନ୍ୟା ଆମ ରତ୍ନ"

ସର୍ବଦା ଅବହେଳିତ

ସଂସାର ବୁକୁ ରେ

୩୦ବର୍ଷର ଝିଅ ନିଜ ପ୍ରେମର 

ସ୍ଵୀକୃତି ପାଇଁ  ନିର୍ଜାତିତ 

ଅହଂକାରୀ ପିତା ର ପାଖରେ 

ତ ..୩ବର୍ଷର ଝିଅ 

ସମାନ ଅଧିକାର ମାଗି

ନିରଵରେ ଜଳେ 

ନିଜ ଅନ୍ତର୍ଦ୍ଦାହ ପାଶେ..

ବୃଦ୍ଧ ପିତା ମାତା" ଏଠି 

ଗର୍ଭସ୍ଥ ସନ୍ତାନ ପାଶେ

 ଖୁସି ବାଣ୍ଟୁ ବାଣ୍ଟୁ ଭୁଲି ଯାନ୍ତି 

ଜୀବନ ଦଶାକୁ,

ନିର୍ଯ୍ୟାସରେ ମିଳେଖାଲି

ଅନ୍ତର୍ଦ୍ଦାହ ଆଉ ଅନ୍ତର୍ଦ୍ଦାହ

ଯୁଗେ ଯୁଗେ ଅନ୍ତର୍ଦ୍ଦାହ 

ଯୋଡ଼ା କଣ ନାରୀ ଜୀବନରେ ? 

କେବେ ମିଛ ପ୍ରତିଶ୍ରୁତି,

କେବେ ବା ଲାଞ୍ଛିତ,

କେବେ ଭୁଲୁଣ୍ଠିତ, ପ୍ରତାରିତ,

 ପୁଣି କେବେ ଅବହେଳିତ

କେବେ ମିଳିବ ମୁକ୍ତି 

କେବେ ଘଟିବ ସମାପ୍ତି ଏହାର

ଏ ଯୁଗରେ ନାଁ ଏ ଯୁଗର ପରିସମାପ୍ତିରେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy