STORYMIRROR

Gitanjali Pujapanda

Abstract Tragedy Classics

3  

Gitanjali Pujapanda

Abstract Tragedy Classics

ଅଚିହ୍ନା ପଥ

ଅଚିହ୍ନା ପଥ

1 min
190

ଅଚିହ୍ନା ପଥର ଚିହ୍ନା ବାଟୋଇ

ବାଟ ଚାଲୁ ଚାଲୁ ଝୁଣ୍ଟି ସେ ପଡଇ।

ଜାଣେ ତାର ଗନ୍ତବ୍ୟ ପଥ

ଦୁନିଆଁର କୋଳାହଳରେ ହୁଏ ସେ ପଥଭ୍ରଷ୍ଟ।

ଅଜାଣତରେ ସମୟର ପ୍ରହାରରେ

ଛନ୍ଦି ହୋଇ ଛଟ ପଟ ହୁଏ ଜୀବନ ତାର ।

ପ୍ରତିଟି ମୁହୂର୍ତ୍ତକୁ ସାଉଁଟି ଆଣିବାର ପ୍ରୟାସରେ 

ବାରମ୍ବାର ହୁଏ ସେ ବିଫଳ।

ଜୀବନର ଚିହ୍ନା ରାସ୍ତାଟି ହୋଇଯାଏ ତା

ପାଇଁ କଣ୍ଟକିତ ଅପରିଚିତ ପଥ ।

ମାତ୍ର କାହିଁକି ଅଚିହ୍ନା ଅପରିଚିତହୁଏ

ଜାଣିବି ସେ, ନ ପାରଇ ଜାଣି।

ଠିକ ଭୁଲର ପରିସମାରେ ନିଜକୁ 

ତଉଲି ,ଜୀବନକୁ ଉପଭୋଗ କରିବା 

ଭୂଲିଯାଏ ସିଏ।

ହଜିଯାଏ କେଉଁ ଅଜଣା ଅଛପା ରାଇଜେ 

ଖୋଜିଲେ ବି ମିଳେ ନା କାହାକୁ ସିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract