STORYMIRROR

Anita Dash

Romance Tragedy Classics

3  

Anita Dash

Romance Tragedy Classics

ବିଧୂର

ବିଧୂର

1 min
154

ବନରେ ବିବର୍ଣ୍ଣ ବସନ୍ତ ବିମନା ବକୁଳ ପନ୍ତି

ବିରାଗେ ବୋହୁଛି ମଳୟ ପବନ ବିସ୍ତାରି ଆପଣା ଛାତି।


ବିଳପି ଗାଉଛି ବିରହ ସଂଗୀତ ବିଳାସି କୋକିଳା ନୀତି

ବିରସେ ଝାଉଁଳି କୁସୁମ କୁମାରୀ ବିଜନେ ଭିଜାଏ ଛାତି।


ବସନ ବ୍ୟସନ ଶିଥିଳ ହେଲାଣି ବିଷ ଲାଗେ ବେଶଭୂଷା

ବଞ୍ଚିବାର ରାହା ମରିମରି ଯାଇ ବ୍ୟର୍ଥ ଲାଗେ ବିଶ୍ଵ ଭାଷା।


ବିଧୂର ବିଚାରି ବିରହ ସାଗରେ ବାନ୍ଧିବ କେତେଯେ ତଟ

ବିବଶ କରୁଛି ଛଳନାର ସମ ଘନ କୁହୁଡିର ଘାଟ।


ବିଜନେ ବିଭୋରେ ଖୋଜୁଛି ଅଧିରେ ସାତ ଜନମର ସାଥୀ

ବେଦନାରେ ଜଳି ତା ମନ ଗହନ ହୃଦ ପଦ୍ମ ଝାଉଁଳୁଛି।


ବିରହୀ ବିମନେ ତମସାର ତୀରେ ହସ୍ତେ ଧରି ପୂଜା ଥାଳି

ବାହୁନି ବାହୁନି ବିଳାପ କରୁଛି କାହିଁ ଗଲେ ବନମାଳୀ।


ବୁକୁତଳ ସୂର ତଥାପି ଭରସି କାନେ କହେ ଥିରି ଥିରି

ବିଶ୍ଵାସଟି ପରା ଅଗାଧ ଅତୁଟ ବାଆକୁ ବତାଟି ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance