STORYMIRROR

Bunee Tripathy

Fantasy

2  

Bunee Tripathy

Fantasy

ସ୍ମୃତି ତୁମେ

ସ୍ମୃତି ତୁମେ

1 min
29

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ସ୍ମୃତି ତୁମେ ଅତୀତର ଏକ ନାଆଁ

ତୁମକୁ ରଖେ ସାଇତି

    ହୃଦୟ ତଳରେ ମୁହିଁ

ସାତ ସାଗରର ତଳେ

      ଫରୁଆରେ ଅଛି ରହି।

ସାଇତା ସ୍ମୃତିକୁ ମୋର

     ଖୋଜେ ମୁଁହି ଲୁଚିଲୁଚି

ଅଦେଖା ଅଦୃଶ୍ଯ ତାର

      ଅଲିଭା ଅଟଇ ସ୍ମୃତି।

ରୂପା ଜହ୍ନ ପରି ତୁହି

      ଝଟକୁଛି ମୋ ମନରେ

ଦେଖେ ତୋର ପ୍ରତିଛବି

     ମୋର ମନ ଆଇନାରେ।

ସ୍ମୃତି ତୁମେ ମୋ ମନ ଇଲାକା ଛୁଆଁ

ସ୍ମୃତି ତୁମେ ପ୍ରେମର ପ୍ରତିଛବି କିଆଁ।

ଶୁଷ୍କ ଜୀବନେ ମୋର

    ତୁ ଆଲୋକ ବରତିକା

ଜଳୁଥାଉ ଦାଉଦାଉ

    ମନେ ଭରି ବିଭିଷିକା।

ଦୁଃଖ ହେଉ ଅବା ସୁଖ

    ତୁ ତ ଜୀବନର ଅଙ୍ଗ

ତୋତେ ଛାଡି ବଞ୍ଚିବା

     ଫିକା ଅଟେ ସବୁ ରଙ୍ଗ।

ହଜିଲା ଦିନର କଥା

    ମନେ ଭରେ ପୁଲକତା

ଲୁଚିଛପି ଆସିଯାଉ

     କେତେବେଳେ କେଉଁ କଥା।

ସ୍ମୃତି ତୁମେ ମନ ଆକାଶର ଉଲକା

ସ୍ମୃତି ତୁମେ ଜୀବନ ପଥର ନଉକା।

ଅକୁହା ବେଦନା ଭରା

     ଗଳ୍ପ ତୁମେ ଜୀବନର

କହି ତ ହୁଏନା ସବୁ

      ଲୁଚିକରି ଥାଏ ମୋର।

କ୍ଷତାକ୍ତ ରକ୍ତାତ ତୁମ

      ଦେଖିଲଇଁ ପ୍ରତିଛବି

କାଗଜ କଲମ ନୁହେଁ

     ନିମିଷକେ ଚିରିଦେବି।

ତୁମେ ମୋ ଜୀବନ ସାଥି

     ମୋ ମନ ତଳର ଲେଖା

ହେଉ ପଛେ ଅତୀତ ତୁମେ

    ସବୁବେଳେ ହୁଏ ଦେଖା।

ସ୍ମୃତି ତୁମେ ମନବେଦନାର ନାଆଁ

ସ୍ମୃତି ତୁମେ ମୋ ଆଖି ଲୁହର ବନ୍ଯା।



এই বিষয়বস্তু রেট
প্রবেশ করুন

Similar oriya poem from Fantasy