ସ୍ମୃତି ସ୍ଥାୟୀ
ସ୍ମୃତି ସ୍ଥାୟୀ
ଦିନେ ସୁଖ ଦିନେ ଦୁଃଖ
ଦୁଃଖ ର ଦିନ ସରୁ ନାହିଁ
ସୁଖ ଆସୁ ଆସୁ ଚାଲିଯାଏ
ଯେବେ ମନରେ ନିୟନ୍ତ୍ରଣ ର ଅଭାବ
ସୁଖ ଦୁଃଖ ଆସିବେ ଓ ଯିବେ
ମନର ନିୟନ୍ତ୍ରଣର ତରିକା ବି ଅଲଗା
ନିୟନ୍ତ୍ରଣ ର ଚାବି ଅନ୍ୟ ହାତରେ
ଯେବେ ଇଚ୍ଛା ,ସେଇ ଧାରାରେ ଖୋଲା।
ମନ ବେଳେବେଳେ ଖୁସୀ,ବେଳେବେଳେ ଉଦାସ
ଚନ୍ଦ୍ର ସୂର୍ଯ୍ୟ ପରି ,ଦୁଃଖ ଓ ସୁଖ ବି ସ୍ଥିର ନୁହଁ
ଏଠି ସଭିଏଁ ଯାତ୍ରୀ, ଏଇ ଜୀବନ ଯାତ୍ରାରେ
ସମୟ ବି ସ୍ଥିର ନୁହେଁ
ଏଠି ସମୟ କାହାକୁ ଅପେକ୍ଷା କରେନି
କେବଳ ସ୍ମୃତି ହିଁ ସ୍ଥାୟୀ
ସ୍ମୃତି ସହିତ ବଞ୍ଚିବାକୁ ହେବ
ଅନ୍ୟର ଭଲ କାମ ସ୍ମରଣୀୟ ହେଉ
କୁକର୍ମ କୁ ନିନ୍ଦା କରା ଯାଉ
ଜୀବନ ରେ ଶାନ୍ତି ବଜାୟ ରହୁ
କିଏ କଣ କରୁଛି କରୁ
ନିଜକୁ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ହେବ।
ଏହି ହିଁ ଜୀବନରେ ସଫଳତା ର ମନ୍ତ୍ର
ସଫଳତା ସହିତ ଧନ ମାନ ସମ୍ମାନ ମିଳିବ
ଦୁନିଆ ରୁ ବିଦାୟ ନେଲି ବି
ଜୀବନ କାଳ ରେ ଭଲ କର୍ମ ସ୍ମରଣୀୟ ହେବ
ଏ ଦୁନିଆ, ଗୁଣ ଯଶ କୀର୍ତ୍ତି ଗାୟନ କରିବ।