Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଜୀବନ ଏକ ଏମିତି ରଙ୍ଗମଞ୍ଚ

ଜୀବନ ଏକ ଏମିତି ରଙ୍ଗମଞ୍ଚ

1 min
185


ଜୀବନ ଏକ ଏମିତି ରଙ୍ଗମଞ୍ଚ 

ଯେଉଁଠି ସମସ୍ତେ ନିଭାଇ ଥାଆନ୍ତି ଭୂମିକା ନିଜର

ଆସି ସାରି ନିଜ ଅଭିନୟ 

ପୁଣି ଫେରି ଯାଆନ୍ତି ସେଇ ଯମପୁରକୁ ନେଇ ବିଦାୟ।। 


ଏ ଜୀବନ ରଙ୍ଗମଞ୍ଚରେ 

ସମସ୍ତେ ବଶୀଭୂତ ହୁଅନ୍ତି ମହ ମାୟାରେ 

ବାଛ ବିଚାର କରନ୍ତି ନିଜର ଆଉ ପରର ସବୁବେଳେ 

ଭୁଲି ଯାଆନ୍ତି ଏ ଜୀବନ ତ କ୍ଷଣକ ପାଇଁ ଯେ।। 


ଜୀବନ ଏକ ଏମିତି ରଙ୍ଗମଞ୍ଚ 

ଯେଉଁଠି ସମସ୍ତେ ହୋଇଥାଆନ୍ତି କଳାକାର

ଏଠାରେ ପ୍ରତି କାହାଣୀର ଲେଖକ 

ହୋଇ ଥାଆନ୍ତି ସ୍ୱୟଂ ଈଶ୍ୱର।। 


ଜୀବନ ଏକ ଏମିତି ରଙ୍ଗମଞ୍ଚ 

ଯେଉଁଠାରେ ଚାଲି ଥାଏ ଜନ୍ମ ଓ ମୃତ୍ୟୁର ଖେଳ

କର୍ମର ହିସାବ ନିର୍ଣ୍ଣୟ କରିଥାଏ 

ପ୍ରାପ୍ତି ସ୍ୱର୍ଗ ଓ ନର୍କର।। 


ତେଣୁ ସ୍ୱାର୍ଥରେ ନ ହୋଇ ବଶୀଭୂତ 

କରି ଚାଲ ନିଜ କର୍ମ ଓ କର୍ତ୍ତବ୍ୟ 

ନିଶ୍ଚୟ ଜୀବନେ ହୋଇବ ସଫଳ

ଏହା ଯେ ଚିରନ୍ତନ ସତ୍ୟ।।


Rate this content
Log in

Similar oriya poem from Abstract