ସହସ୍ର ବାହୁ
ସହସ୍ର ବାହୁ


ହେ 'ସହସ୍ର ବାହୁ' ସମ୍ବୋଧନ ଧାରେ
ଅର୍ଜୁନଙ୍କ ସ୍ଵିକୋରକ୍ତି
ଯୋଗମାୟା ଶକ୍ତି ସ୍ବୟଂ ବିଷ୍ଣୁଙ୍କର
ଜ୍ଞାତ ହୋଇଲେ ସମ୍ପ୍ରତି
ଦିବ୍ୟ ଜ୍ଞାନ ଚକ୍ଷୁ ଅବା ଦିବ୍ୟ ଦୃଷ୍ଟି
ବଳେ ଅର୍ଜୁନ ତତ୍ପର
ବିଶ୍ଵନିୟନ୍ତାଙ୍କ ବିଶ୍ଵରୂପ ଦୃଶ୍ୟ
ସହଜେ ଦୃଷ୍ଟିଗୋଚର
ସହସ୍ର ସୂର୍ଯ୍ୟର ତେଜ ସେଇ ରୂପ
ସକଳ ବିଶ୍ଵ ତହିଁରେ
ନିହାତି ଶବ୍ଦର ଅଭାବ ସହଜେ
ବିଶ୍ଵ ରୂପ ବର୍ଣ୍ଣନାରେ
ସେ' ରୂପେ ସମଗ୍ର ବିଶ୍ବ ସମାହିତ
ଅଦ୍ଭୁତ ଓ ଅସୀମିତ
ମୁଖ,ଚକ୍ଷୁ,ହସ୍ତ,ଉଦର ସହିତ
ସବୁ କିଛି ଅଗଣିତ
ଆଦି ଅନ୍ତ ବିନା ଦୃଶ୍ୟ ଚମତ୍କାର
ସର୍ବ ଦିଗେ ପ୍ରସାରିତ
ସାଧୁ ସନ୍ଥ ସୁର ଅସୁର ସଭିଏଁ
ସ୍ତୁତି ଗାନ ଧାରେ ବ୍ୟସ୍ତ
ରୁଦ୍ର ଓ ଆଦିତ୍ୟ ପୁଣି ବସୁ ଗଣ
ଯକ୍ଷ ଗନ୍ଧର୍ବ ସହିତ
କୁମାର , ମରୁତ, ପୂର୍ବଜ ଗଣଙ୍କ
ସେ' ରୂପ ଧାରେ ବିସ୍ମିତ
ବୀର ଅର୍ଜୁନଙ୍କ ହୃଦୟ କମ୍ପିତ
ବିଶ୍ଵରୂପ ଦର୍ଶନରେ
ମାନସିକ ଭାରସାମ୍ୟ ଶୂନ୍ୟ ପ୍ରାୟ
ପ୍ରତ୍ୟୟ ହେଲା ମନରେ
ସଖା ଅର୍ଜୁନଙ୍କ ଅନୁରୋଧ ଧାରେ
ମନମୋହନ ରୂପରେ
କ୍ରମେ ଚତୁର୍ଭୁଜ,ପରେ ଦ୍ଵିଭୂଜ ର
ଦର୍ଶନ ହେଲା ଅଚିରେ
କୃଷ୍ଣ ଅର୍ଜୁନଙ୍କ ବନ୍ଧୁତ୍ୱ ସମ୍ପର୍କ
ଥିଲା ଦୀର୍ଘ ଦିନ ଧରି
ସାଧାରଣ ନର ସ୍ୱଭାବ ସହିତ
ସୁସମ୍ପର୍କ ସର୍ବୋପରି
ସଖା ଭାବେ ବିଶ୍ଵରୂପ ଦର୍ଶନର
ଅପୂର୍ବ ସୁଯୋଗ ପ୍ରାପ୍ତି
ସ୍ବେଛାକୃତ ଭାବେ ଦୋଷ ତ୍ରୁଟି ପ୍ରତି
ଆପେ ହେଲେ କ୍ଷମା ପ୍ରାର୍ଥୀ
ସଖା ପ
ୁଣି ଗୁରୁ ରୂପୀ ଶ୍ରୀକୃଷ୍ଣଙ୍କ
ଭୟଙ୍କର ସ୍ୱରୁପରେ
ବିନାଶ କର୍ତ୍ତା ବି ସ୍ବୟଂ ତ୍ରିଲୋକର
ପୁଣି କାଳ ସ୍ୱରୁପରେ
ପର ମୁହୂର୍ତ୍ତରେ ବୁଝାଇ ରହସ୍ୟ
ବନ୍ଧୁତ୍ୱ ସମ୍ପର୍କ ଧାରେ
ଗୀତା ଜ୍ଞାନ ବାଣୀ ଅମୃତ ପସରା
ଯୋଗିରାଜଙ୍କ ମୁଖରେ
ବେଦ ଅଧ୍ୟୟନ ତପସ୍ୟା ଓ ଦାନ
ଅବା ଯଜ୍ଞ ଆହୂତିରେ
ସହଜ ନୁହଇ ସେ ରୂପ ଦର୍ଶନ
ମାତ୍ର ବାହ୍ୟ ଆଡ଼ମ୍ବରେ
ବିଶୁଦ୍ଧ ଭକ୍ତି ହିଁ ଏକମାତ୍ର ପନ୍ଥା
ଭକ୍ତି ବଳେ ହିଁ ଏକତ୍ଵ
ବିସ୍ମୟ ରୂପର ଦର୍ଶନ ସମ୍ଭବ
ନାହିଁ କିଛି ଭିନ୍ନ ମତ
ବନ୍ଧୁତ୍ୱର ପରାକାଷ୍ଠା ପରିକ୍ଷିତ
ବିଶ୍ଵରୂପ ଦର୍ଶନରେ
ବନ୍ଧୁ ଅବା ବିଭୁ ପ୍ରତି ରହୁ ଭାବ
ନିବିଡ଼ତା ଆଧାରରେ
ବିଷ୍ଣୁ ହିଁ ସହସ୍ର ବାହୁର ପ୍ରତୀକ
ପୁଣି ବଳିୟାର ଭୂଜ
ବାହୁ ବିନା କିନ୍ତୁ ମହାବାହୁ ନାମ
ମର୍ତ୍ତ୍ୟରେ ଅପରିହାର୍ଯ୍ୟ
ଗୀତା ଭାଗବତ ଅବା ପୁରାଣରେ
ସହସ୍ର ବାହୁ ନାମରେ
ଭିନ୍ନ ଭିନ୍ନ ତଥ୍ୟ ପ୍ରାୟତଃ ଉଲ୍ଲେଖ
ଭିନ୍ନ କାହାଣୀ ଆଳରେ
ଅର୍ଜୁନଙ୍କ ବିଶ୍ଵରୂପ ବର୍ଣ୍ଣନାରେ
ବିଷ୍ଣୁ ନାମ ସର୍ବୋପରି
ସହସ୍ର ବାହୁ ବି ଅନ୍ୟ ଏକ ନାମ
ରାଜା ପୁଣି ଅତ୍ୟାଚାରୀ
ଦକ୍ଷ ଯଜ୍ଞ ସ୍ଥଳ ଧ୍ଵଂସ ଲୀଳା ପୁଣି
ସହସ୍ର ବାହୁ ବଳରେ
ପୁରାଣ ପୃଷ୍ଠାରେ ନାନା ମୁନି ପୁଣି
ନାନା ମତ ବ୍ୟକ୍ତ ଧାରେ
ହେ ସହସ୍ର ବାହୁ,ପୁଣି ମହାବାହୁ
କଳି କାଳେ ଦାରୁବ୍ରହ୍ମ
ବାହୁ ବିନା ମହାବାହୁ ଶ୍ରୀକ୍ଷେତରେ
ଏ ଅଧମ କରେ ପ୍ରଣାମ