ଷଟତିଳା ସର୍ବ ସମ୍ମତି ଏକାଦଶୀ
ଷଟତିଳା ସର୍ବ ସମ୍ମତି ଏକାଦଶୀ


ବିଷ୍ଣୁଙ୍କୁ ପୂଜନ ଏକାଦଶୀ ଧାରେ
ବ୍ରତ ପାଳନର ବିଧି
ପ୍ରତି ଏକାଦଶୀ ସ୍ଵତନ୍ତ୍ର ନାମରେ
ମହତ୍ତ୍ୱ ସହ ପ୍ରସିଦ୍ଧି
ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ
ଷଟତିଳା ନାମେ ତୟ
ତିଳ ବା ରାଶି ବ୍ୟବହୃତ ସହିତ
ଛଅ ପ୍ରକାର ବିଧେୟ
ତିଳ ମିଶ୍ରିତ ଜଳରେ ସ୍ନାନ ସାଥେ
ତିଳର ଲେପ ଶରୀରେ
ତିଳାଞ୍ଜଳି ଧାରେ ହୋମ ସମ୍ପାଦନ
ଭକ୍ତି ନିଷ୍ଠା ସହକାରେ
ତିଳ ମିଶ୍ରିତ ଜଳ ପାନ ବିଧେୟ
ବିଧି ପୁଣି ତିଳ ଦାନ
ଦେବତାଙ୍କ ପ୍ରତି ତିଳ ରେ ପ୍ରସ୍ତୁତ
ମିଷ୍ଠାନ୍ନ ହୁଏ ଅର୍ପଣ
ଋଷି କଶ୍ୟପଙ୍କ ଅଙ୍ଗରୁ ହିଁ ଜାତ
ବୀଜ ରୂପେ
ତିଳ ଖ୍ୟାତ
ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ
ତିଳ ବୀଜ ବି ପବିତ୍ର
ତିଳାଞ୍ଜଳି ଦ୍ଵାରା ଦେବତା ସନ୍ତୁଷ୍ଟ
ମାନ୍ୟତା ଅଛି ଶାସ୍ତ୍ରରେ
ତିଳ ତର୍ପଣରେ ପିତୃଗଣ ଶାନ୍ତି
ବିଧି ପ୍ରାୟ ସମାଜରେ
ମହତ୍ତ୍ଵ ବର୍ଣ୍ଣିତ ତିଳ ଦାନ ଧାରେ
ମହାଭାରତ ପୃଷ୍ଠାରେ
ବିସ୍ତୃତ ବର୍ଣ୍ଣନା ଦେଖିବାକୁ ମିଳେ
ଅନୁଶାସନ ପର୍ବରେ
ପଦ୍ମ ପୁରାଣର ନିର୍ଦ୍ଦେଶ କହେ
ତିଳ ଦାନ ବଳେ ପୁଣ୍ୟ
ମାଘ ମାସ କୃଷ୍ଣ ଏକାଦଶୀ ତିଥି
ତିଳ ଦାନର ନିଦାନ
ଶାସ୍ତ୍ର ବିଧି ମତେ ତିଳ ସମ୍ବନ୍ଧୀୟ
ନିର୍ଦ୍ଦେଶ ହେଉ ବିଧାନ
ଏକାଦଶୀ ବ୍ରତ ଷଟତିଳା ନାମେ
ଅବଶ୍ୟ ହେଉ ପାଳନ