ସୁଦର୍ଶନ ଚକ୍ର
ସୁଦର୍ଶନ ଚକ୍ର


ସୁଦର୍ଶନ ଚକ୍ର ସୃଷ୍ଟି ସମ୍ପର୍କରେ
ଶାସ୍ତ୍ରରେ ଅନେକ ତଥ୍ୟ
ବିଷ୍ଣୁଙ୍କ ଅମୋଘ ଅସ୍ତ୍ର ଭାବେ ସଦା
ସର୍ବୋପରି ପରିଚିତ
ପ୍ରମୁଖ ଦେବତା ବ୍ରହ୍ମା ବିଷ୍ଣୁ ଶିବ
ମିଳିତ ଶକ୍ତିର ଆଧାର ରୂପରେ
ସୃଷ୍ଟି ସୁଦର୍ଶନ ଚକ୍ର
ବ୍ରହ୍ମା ବିଷ୍ଣୁ ଶିବ ଯଥା ତ୍ରିଦେବଙ୍କ
ସମୂହ ଶକ୍ତି କୈନ୍ଦ୍ରିକ
ଦୈବୀ ଅସ୍ତ୍ର କ୍ରମେ କରିଲେ ପ୍ରଦାନ
ଦେବ ଗୁରୁ ବୃହସ୍ପତି
ବିଷ୍ଣୁଙ୍କ ହସ୍ତରେ ସୁଦର୍ଶନ ଚକ୍ର
ଧାରଣ କଲେ ସମ୍ପ୍ରତି
ଦେବ ଗଣ ଦ୍ଵାରା ସୁଦର୍ଶନ ଚକ୍ର
ଶ୍ରୀକୃଷ୍ଣଙ୍କୁ ସମର୍ପିତ
ପୁରାଣ ବ୍ୟାଖ୍ୟାନ ଆଧାରରେ ପୁଣି
ଅଛି ଏକ ଭିନ୍ନ ମତ
ମହାଭାରତରେ ଭିନ୍ନ ଏକ ମତ
ଦହନେ ଖାଣ୍ଡବ ବନ
ସୁଦର୍ଶନ ଚକ୍ର ଅଗ୍ନି ଦେବ ଦ୍ଵାରା
ଶ୍ରୀକୃଷ୍ଣ ପ୍ରତି ପ୍ରଦାନ
ଅନ୍ୟ ଏକ ମତ ଶାସ୍ତ୍ର ଆଧାରିତ
ବିଜୟ ଅସ୍ତ୍ର ଆଶାରେ
ସ୍ୱୟଂ ବିଷ୍ଣୁଙ୍କର ଶିବ ଆରାଧନା
ଅତି ନିଷ୍ଠା ସହକାରେ
ଶିବଙ୍କ ସହସ୍ର ନାମେ ପଦ୍ମ ଫୁଲ
ସମର୍ପି ବିଷ୍ଣୁ ସମ୍ପ୍ରତି
ଦୈତ୍ୟ ନାଶ ପାଇ ଅସ୍ତ୍ର ପ୍ରାପ୍ତି ଅର୍ଥେ
କରିଲେ ଶିବଙ୍କ ସ୍ତୁତି
ମାୟା ଭିଆଇଲେ ସ୍ୱୟଂ ମହାଦେବ
ଲୁଚାଇଲେ ଫୁଲ ଏକ
ଫୁଲ ବିନା ନିଜ ନେତ୍ର ସମର୍ପିଲେ
ସ୍ତୁତି ଲଭିଲା ସାର୍ଥକ
ସୁଦର୍ଶନ ଚକ୍ର ବିଜୟର ଅସ୍ତ୍ର
ପ୍ରଦାନ କରିଲେ ଶିବ
ସେହି ସୁଦର୍ଶନ ଚକ୍ର ବଳେ ଦୈତ୍ୟ
ବିନାଶ ହେଲା ସମ୍ଭବ
ଶ୍ରୀକୃଷ୍ଣଙ୍କ କାଣି ଆଙ୍ଗୁଠିରେ ଭବ୍ୟ
ସୁଦର୍ଶନ ଚକ୍ର ସ୍ଥିତି
ବିଷ୍ଣୁଙ୍କର ବିଶି ଆଙ୍ଗୁଠିରେ ସ୍ଥିତ
ଦୃଶ୍ୟ ହୁଅଇ ସମ୍ପ୍ରତି
ବିଶ୍ୱାସ ଭିତ୍ତିକ ତତ୍ତ୍ୱ ରହି ଅଛି
ସୁଦର୍ଶନ ଚକ୍ର ଧାରେ
ଶତ୍ରୁର ବିନାଶ ପରେ ଆସେ ଫେରି
ଧାରଣ କର୍ତ୍ତା ହସ୍ତରେ
ଚକ୍ର ପେଶି ନକ୍ର ନାଶ କଲେ ବିଷ୍ଣୁ
ପ୍ରାର୍ଥନା ଗୀତ ଆକାରେ
ଶିଶୁପାଳ ସମ ଅନେକ ପାପୀଙ୍କ
ବିନାଶ ସେହି ଚକ୍ରରେ
ମହାତ୍ମା ବିଦୁର ହେଲେ ସମ୍ମାହିତ
ସୁଦର୍ଶନ ଚକ୍ର ସାଥେ
ଭକ୍ତି ଓ ଭକ୍ତର ଭଗବାନ ବିଷ୍ଣୁ
ଜାଗ୍ରତ ଭକ
୍ତଙ୍କ ହିତେ
ତିନ ଯୁଗେ ଥିଲା ସୁଦର୍ଶନ ଚକ୍ର
ଆକାରରେ ଗୋଲାକାର
କଳି କାଳେ ସ୍ତମ୍ବାକାର ରୂପେ
ସ୍ଥିତ ରତନ ବେଦୀରେ
ପୌରାଣିକ କଥା ଜନ ମାନସରେ
ସୁଦର୍ଶନ ଚକ୍ର ଦୂତ ଭାବେ ଅବା
କାର୍ଯ୍ୟ ନିର୍ବାହୀ ରୂପରେ
ଅହଙ୍କାର ଭାବ ଜାଣି ଜଗନ୍ନାଥ
ପରଖିଲେ ମାତ୍ର ଥରେ
ଗର୍ବ ଖର୍ବ ପାଇଁ ଯୋଜନା ପ୍ରସ୍ତୁତ
କ୍ରମେ ହେଲା କାର୍ଯ୍ୟକାରୀ
ନିର୍ଦ୍ଦେଶ ପାଳନେ ସୁଦର୍ଶନ ଚକ୍ର
ଆଜ୍ଞାବହ ସର୍ବୋପରି
ଭକ୍ତ ହନୁମାନ ଆସିବାକୁ ବାର୍ତ୍ତା
ସୁଦର୍ଶନ ଚକ୍ର ଧାରେ
ଅବିଳମ୍ବେ ପହଞ୍ଚିଲା ସେହି ବାର୍ତ୍ତା
ହନୁମାନ ନିକଟରେ
ବାର୍ଦ୍ଧକ୍ୟ ଦୃଷ୍ଟିରୁ ଗତିରେ ମନ୍ଥର
ଜଣାଇଲେ ହନୁମାନ
ସୁଦର୍ଶନ ଚକ୍ର ପଛେ ପଛେ ଯାତ୍ରା
ଅବଶ୍ୟ ହେବ ବିଧାନ
କ୍ଷିପ୍ର ଗତି ବଳେ ସୁଦର୍ଶନ ଚକ୍ର
ପହଞ୍ଚି ସିଂହ ଦୁଆରେ
ଆଶ୍ଚର୍ଯ୍ୟର କଥା ଭକ୍ତ ହନୁମାନ
ଅପେକ୍ଷାରତ ସେଠାରେ
ଚାରି ଦ୍ବାର ଦେଶେ ଚାରି ରୂପ ଧରି
ସୁଦର୍ଶନ ଚକ୍ର ଚାରି ଦ୍ବାର ଦେଶେ
ନିଜକୁ କରି ପ୍ରସ୍ତୁତ
ମନ୍ଦିର ମଧ୍ୟକୁ ହନୁମାନଙ୍କର ଯାତ୍ରା
ଅଟକ କଲେ ତ୍ୱରିତ
ଚାରି ଦ୍ଵାରେ ଥିବା ସୁଦର୍ଶନ ଚକ୍ର
ହନୁମାନ ଦେଲେ ଗିଳି
ପ୍ରଭୁଙ୍କ ଦର୍ଶନ ସହିତ ଘଟଣା
ରହସ୍ୟ ଗଲା ବି ଖୋଲି
ପ୍ରଭୁଙ୍କ ନିର୍ଦ୍ଦେଶ ପାଳନ ସହିତ
ବାନ୍ତି କଲେ ହନୁମାନ
ଏକ ସ୍ତମ୍ବାକାର ଆକୃତି ସହିତ
ସୁଦର୍ଶନ ଚକ୍ର ମାନ୍ୟ
ଶାସ୍ତି ସ୍ୱରୂପ ହିଁ ବାମ ପାର୍ଶ୍ଵ ଧାରେ
ସୁଦର୍ଶନ ଚକ୍ର ସ୍ଥିତି
ହନୁମାନଙ୍କର ତପସ୍ୱୀ ନାମରେ
ଉତ୍ତର ଦ୍ୱାରେ ସମ୍ପ୍ରତି
ଶ୍ରୀଜଗନ୍ନାଥ,ବଳଭଦ୍ର ସୁଭଦ୍ରା
ସୁଦର୍ଶନ ଚକ୍ର ସହ
ଚତୁର୍ଦ୍ଧାମୂର୍ତ୍ତି ନାମେ ରତ୍ନ ବେଦୀରେ
ବିରାଜିତ ପୂଜନୀୟ
ରଥ ଯାତ୍ରା ବେଳେ ପ୍ରଥମ ପହଣ୍ଡି
ସୁଦର୍ଶନ ଚକ୍ରଙ୍କର
ନବ କଳେବର ବେଳେ ପ୍ରଥମରେ
ସୁଦର୍ଶନଙ୍କ ଆକାର
ବିଷ୍ଣୁଙ୍କ କାହାଣୀ ସହିତ ଜଡିତ
ସୁଦର୍ଶନ ଚକ୍ର ସେହି
ପ୍ରତ୍ୟେକ ଘଟଣା ଅବଶ୍ୟ ଜ୍ଞାତବ୍ୟ
ବିଷ୍ଣୁ ଭକ୍ତ ଯଦି କେହି !!