STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

କୁମ୍ଭ ମହାକୁମ୍ଭ ମହାପର୍ବ

କୁମ୍ଭ ମହାକୁମ୍ଭ ମହାପର୍ବ

1 min
309



କୁମ୍ଭ ମହାକୁମ୍ଭ ଏକ ମହାପର୍ବ 

ହିନ୍ଦୁ ଧର୍ମ ଅନୁସାରେ 

ପରମ୍ପରା ଓ ସଂସ୍କୃତି ଆଧାରିତ

ପାଳିତ ହୁଏ ଅଚିରେ

ସାଧାରଣ ଭାବେ କୁମ୍ଭମେଳା ପର୍ବ 

ପ୍ରତି ବାର ବରଷରେ 

ପ୍ରତି ତିନି ବର୍ଷ ଅନ୍ତରରେ ପୁଣି

ଭିନ୍ନ ଭିନ୍ନ ସହରରେ

ହରିଦ୍ଵାର,ପ୍ରୟାଗ ଓ ଉଜ୍ଜୟିନୀ 

ପୁଣି ନାସିକ କ୍ଷେତ୍ରରେ

ବିଧି ବଦ୍ଧ ଭାବେ ମେଳା ଆୟୋଜନ 

ପରମ୍ପରା ଆଧାରରେ 

ଏକ ଶତ ଚୌରାଳିଶି ବର୍ଷ ପରେ

ଏକ ମହାକୁମ୍ଭ ମେଳା 

ଅନ୍ୟ ଅର୍ଥେ ବାର ପୁର୍ଣ୍ଣ କୁମ୍ଭ ପରେ

ଭବ୍ୟ ମହାକୁମ୍ଭ ମେଳା 

ଗଙ୍ଗା ଯମୁନା ସରସ୍ଵତୀ ନଦୀ 

ତ୍ରିବେଣୀ ସଙ୍ଗମ ଠାରେ

ମହାକୁମ୍ଭ ମେଳା ହୁଏ ଅୟୋଜନ 

ପ୍ରୟାଗରାଜ କ୍ଷେତ୍ରରେ


ପୌରାଣିକ ତଥ୍ୟ ରହିଛି ଉଲ୍ଲେଖ 

ସମୁଦ୍ର ମନ୍ଥନ ଧାରେ

ଅମୃତ ବଣ୍ଟନେ କଳହ ଜନ୍ମିଲା 

ଦେବ ଅସୁର ମଧ୍ୟରେ

ଅମୃତ କଳସ ଅକ୍ତିଆର ପାଇଁ 

ଦେବ ଓ ଦୈତ୍ୟଙ୍କ କଳିଗୋଳ ମଧ୍ୟେ 

ଗରୁଡ଼ ପ୍ରବେଶି ଧିରେ

ଅମୃତ କଳସ ଧରି ଉଡ଼ି ଥିଲା&

nbsp;

ଶୁନ୍ୟ ଆକାଶ ମାର୍ଗରେ

ଅମୃତ ଭାଣ୍ଡ ରୁ ମାତ୍ର ଚାରି ବୁନ୍ଦା

ଝରି ପଡ଼ିଲା ମର୍ତ୍ତ୍ୟରେ

ଯେଉଁ ସ୍ଥଳେ ସେହି ଅମୃତ ପତିତ

ପୁଣ୍ୟ କ୍ଷେତ୍ର ଆଧାରରେ

କୁମ୍ଭ ମେଳା ଆୟୋଜନ ହେଉଅଛି

ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ


କୁମ୍ଭ ମେଳା ଧାରେ ଭବ୍ୟ ସ୍ନାନ ବିଧି 

ସଙ୍ଗମ ସ୍ଥଳ ଜଳରେ 

ଚତୁର୍ବର୍ଗ ଫଳ ପ୍ରାପ୍ତି ହେବାର ସୂଚନା

ଉଲ୍ଲେଖ ଧର୍ମ ଶାସ୍ତ୍ରରେ

ଅଗଣିତ ସାଧୁ ସନ୍ଥ ସହିତରେ

କୁମ୍ଭ ମେଳା ଲୋକାରଣ୍ୟ 

ପୁଣ୍ୟ ପ୍ରାପ୍ତି ଆଶା ପାପୀ ତପି ମନେ 

ବିଧି ସ୍ନାନ ସହ ଦାନ

ମୌନୀ ଅମାବାସ୍ୟା କୁମ୍ଭ ସ୍ନାନ ତିଥି

ଶାସ୍ତ୍ର ଆଧାରିତ ମତ 

ବ୍ରହ୍ମା ଦ୍ଵାରା ସୃଷ୍ଟି ସର୍ଜନାର ଦିନ

ସ୍ନାନ ବି ବିଧି ସଙ୍ଗତ


ମହାକୁମ୍ଭ ମେଳା ପ୍ରାୟତଃ ସହଜ

ଧନୀ ବ୍ୟକ୍ତିଙ୍କ ପକ୍ଷରେ

ବିଚରା ଗରିବ ପବିତ୍ର ମଣଇ 

ସ୍ନାନ କରି ଗାଡ଼ିଆରେ

ନିଜ ହୃଦ ମଧ୍ୟେ ରହିଛି ସଙ୍ଗମ

ପବିତ୍ରତା ଚିନ୍ତା ଧାରେ

କୁମ୍ଭ ମହାକୁମ୍ଭ ଠାରୁ ପୁଣ୍ୟ କ୍ଷେତ୍ର

ଶ୍ରୀକ୍ଷେତ୍ର ମହୋଦଧିରେ



Rate this content
Log in

Similar oriya poem from Abstract