STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମୂଳୁ ମାରିଲେ ଯିବ ସରି

ମୂଳୁ ମାରିଲେ ଯିବ ସରି

1 min
372


 

ତରୁ ଲତା ବୃକ୍ଷ ମୂଳ ଉତ୍ପାଟନେ

ସମୂଳେ ନଷ୍ଟ ଯେପରି

ବିପଦ ସୂଚନା ଅୟମାରମ୍ଭରୁ

ସତର୍କତା ସର୍ବୋପରି

ସମ୍ପୂର୍ଣ୍ଣ ବିଲୋପ ବିଛୁଆତି ଲତା

ମୂଳ ଉତ୍ପାଟନ ପରେ

ମନରୁ ସଂଶୟ ଆପେ ଦୂରୀଭୂତ

ଲାଗିବ ନାହିଁ ଦେହରେ

ଆଗ୍ରତମ୍ ଜାଗ୍ରତମ୍ ପ୍ରବାଦର 

ତତ୍ତ୍ଵ ସଦା ଗ୍ରହଣୀୟ

ସମସ୍ୟା ଜନିତ ସତର୍କ ପ୍ରାପ୍ତିରେ

ଜାଗ୍ରତ ଭାବ ବିଧେୟ


ପୌରଣିକ ଆଖ୍ୟା ସହିତ ଜଡିତ

ଶତ୍ରୁର ବିନାଶ ଧାରେ

କଂସ ମହାରାଜ ମନରେ ସଂକଳ୍ପ 

କୁଟ ମନ୍ତ୍ରଣା ଧାରାରେ

ଅଷ୍ଟମ ଗର୍ଭର ସନ୍ତାନ ହିଁ ଶତ୍ରୁ

ଶୁଣିଲା ଯେବେ କର୍ଣ୍ଣରେ

ଦେବକୀ ଗର୍ଭର ପ୍ରତି ସନ୍ତାନକୁ

ବିନାଶ କଲା ଅଚିରେ

ମୂଳରୁ ମାରିଲେ କଥା ଯିବ ସରି 

ଏଇ ଚିନ୍ତାଧାରା ଧାରେ

ପ୍ରତି ନବ ଜାତ ସନ୍ତାନଙ୍କ ପ୍ରତି

ଭାବ ଶତ୍ରୁତା ଦୃଷ୍ଟିରେ


ପୌରଣିକ ଆଖ୍ୟା ପ୍ରାୟ ପ୍ରଚଳିତ

ଚଳନ୍ତି ସଭ୍ୟ ସମାଜେ

ବିଭିନ୍ନ କ୍ଷେତ୍ରରେ ବିଶୃଙ୍ଖଳା ଧାରେ

ପ୍ରବଚନ ବି ସହଜେ

ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର

ସର୍ବତ୍ର ବ୍ୟାପକ ପ୍ରାୟ

ସେବନକାରୀ ଓ ବ

୍ୟବସାୟୀ ପ୍ରତି

ଆଇନ ଅମାନ୍ୟ ଭୟ

ଯେଉଁଠି ପ୍ରସ୍ତୁତ ଅବା ଉତ୍ପାଦନ

କଟକଣା ଖୋଲା ମେଲା 

କମ୍ପାନୀ ସମ୍ପୂର୍ଣ୍ଣ ଯଦି ହୁଏ ବନ୍ଦ

ହେବ କି ଆଉ ଝାମେଲା !!!

ପ୍ରତି କ୍ଷେତ୍ରେ ପଲିଥିନ୍ ବ୍ୟବହୃତ 

କଟକଣା ଓ ବିବାଦ

ମୂଳରୁ କମ୍ପାନୀ ନ କଲେ ପ୍ରସ୍ତୁତ

ହୁଅନ୍ତା କି ଉପଲବ୍ଧ !!


ଜଳ ନିଷ୍କାସନ ପଥ ଅବରୋଧ

ସହରୀ ସଭ୍ୟତା ଧାରେ

କୃତ୍ରିମ ବନ୍ୟାର ବିଭୀଷିକା ଦୃଶ୍ୟ

ମାତ୍ର ଟିକିଏ ବର୍ଷାରେ!!

ଜନ୍ମ ନିୟନ୍ତ୍ରଣ, ବାଳ ଅପରାଧ

ସର୍ବୋପରି ଦର ବୃଦ୍ଧି

ମୂଳ ସ୍ତର ଧାରେ ଦୃଢ଼ ପଦକ୍ଷେପ

ନୁହେଁ କି ଶାସନ ବିଧି !!

ଅନ୍ଧ ବିଶ୍ବାସର ବଶବର୍ତ୍ତି ଧାରେ

ଯନ୍ତ୍ର ମନ୍ତ୍ର ତନ୍ତ୍ର ସାଥେ

ରୋଗ ଓ ସମସ୍ୟା ସମାଧାନ ପଥ 

କିମ୍ପା ହୁଏ ଭିନ୍ନ ମତେ !!

ନିୟନ୍ତ୍ରଣ ବିନା ଆହାର ଭୋଜନ

କ୍ରମେ ପ୍ରୁଥୁଳ ଶରୀର 

ମୂଳରୁ ପ୍ରାୟତଃ ସତର୍କ ଜରୁରୀ

ସ୍ଵଳ୍ପ ଆହାର ବିଚାର !!

ମୂଳରୁ ମାରିଲେ ଯିବ ସରି ପ୍ରାୟ 

କଥା ପ୍ରବଚନ ଧାରେ

ମୂଳ ଛାଡ଼ି ଡାଳ ଛେଦନ ହେଉଛି

ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ



Rate this content
Log in