ନିରସ୍ତ କୁହୁକ ତତ୍ତ୍ୱ
ନିରସ୍ତ କୁହୁକ ତତ୍ତ୍ୱ


ବ୍ୟାସଦେବ କୃତ ଭାଗବତ ଶାସ୍ତ୍ର
ସଂସ୍କୃତ ଲିଖିତ ଶ୍ଲୋକ
ଓଡ଼ିଆ ଭାଷାରେ ଜଗନ୍ନାଥ ଦାସ
ରଚନା ବଳେ ସାର୍ଥକ
ମୂଳ ଭାଗବତ ସଂସ୍କୃତ ଭାଷାରେ
ବ୍ୟାସଦେବ ଦ୍ୱାରା କୃତ
ଭାଷା ବୋଧଗମ୍ୟ ଥିଲା କଠିନତା
ପୁଣି ତାହାର ଭାବାର୍ଥ
ଆକ୍ଷରିକ ଅନୁବାଦ ଧାରେ ନୁହଁ
ଭାବାନୁବାଦ ଭାବରେ
ଅତିବଡ଼ି ଜଗନ୍ନାଥ ଭାଗବତ
ମୌଳିକ ସୃଷ୍ଟି ଆକାରେ
ପ୍ରଥମ ଅଧ୍ୟାୟ ପ୍ରାୟତଃ ବର୍ଣ୍ଣିତ
ବ୍ରହ୍ମ ବିଷୟକ ତତ୍ତ୍ଵ
ପରମାତ୍ମା ପ୍ରତି ଉତ୍ସର୍ଗୀତ ପଦ୍ୟ
ନବାକ୍ଷରୀ ରେ ଆବୃତ୍ତ
ଏହି ଜଗତର ଉତ୍ପତ୍ତି ଯା' ଦ୍ଵାରା
ସେ ହିଁ ସ୍ବୟଂ ପୂର୍ଣ୍ଣ ବ୍ରହ୍ମ
ଜଗତ ଉତ୍ପତ୍ତି ପାଳନ ସଂହାର
କର୍ତ୍ତା ସ୍ଵୟଂ ପରଂବ୍ରହ୍ମ
ନିରସ୍ତ କୁହୁକ ସରଳ ଭାଷାରେ
ମାୟା ଠାରୁ ବହିର୍ଭୁତ
ବ୍ରହ୍ମଙ୍କ ସ୍ୱରୂପ ମାୟା ଠୁ ଦୂରରେ
ମାୟା ସ୍ବୟଂ ଭୀତତ୍ରସ୍ତ
ତ୍ରିଗୁଣାତ୍ମକ ସୃଷ୍ଟ ସତ୍ୟ ସମାନ
ସହଜେ ହୁଏ ପ୍ରତ୍ୟୟ
ସତ୍ୟ ସ୍ବରୂପର ଧ୍ୟାନ ଧାରଣାରେ
ତନ୍ମୟ ଭାବ ବିଧେୟ
ହେ ପରମାତ୍ମନ ସତ୍ୟ ସ୍ବରୂପ
ସ୍ୱୟଂ ଅନ୍ଵୟ ରୂପରେ
ଏ ଚରାଚର ଜଗତର ଉତ୍ପତ୍ତି
ପାଳନ ସଂହାର ଧାରେ
ଶୁଦ୍ଧ ଜ୍ଞାନ ସ୍ବୟଂ ପ୍ରକାଶ ସ୍ୱରୂପ
ସ୍ୱୟଂ ସଂକଳ୍ପ ଧାରାରେ
ବିଶ୍ଵ ନିର୍ମାଣରେ କି କୌଶଳ ଅଛି
ବିଦ୍ୱାନ ଗଣ ଭ୍ରମରେ
ବାଛିବା ପରେ ହିଁ ସମଗ୍ର ବିଶ୍ବକୁ
ବ୍ରହ୍ମ ସ୍ବୟଂ ଅବଶେଷ
ଆଦି ଓ ଅନ୍ତର ମଧ୍ୟେ ବିଦ୍ୟମାନ
ତୁମେ ହିଁ ବ୍ରହ୍ମ ପୁରୁଷ
ସୃଷ୍ଟି ସର୍ଜନାର ଦାୟିତ୍ବ ବ୍ରହ୍ମାଙ୍କୁ
ସ୍ୱୟଂ ସଂକଳ୍ପ ଧାରାରେ
ନିଗୂଢ଼ ରହସ୍ୟ ହେଲା ପ୍ରକାଶିତ
ବେଦ ଜ୍ଞାନ ପ୍ରଦାନରେ
ବ୍ରହ୍ମ ଜ୍ଞାନ କ୍ରମେ ନାରଦଙ୍କ ଜ୍ଞାତ
ପ୍ରେରଣାରୁ ବ୍ୟାସଦେବ
କାଳ କ୍ରମେ ଶୁକ ଠାରୁ ପରୀକ୍ଷିତ
ଋଷି ପ୍ରତି ବି ପ୍ରଭାବ
ଜୀବନ ଦର୍ଶନ ସମ୍ବଳିତ ତଥ୍ୟ
ଭାଗବତ ରେ ଗୁରୁତ୍ଵ
ଆତ୍ମ ସମୀକ୍ଷା ଓ ଆତ୍ମ ନିୟନ୍ତ୍ରଣ
ସୁତ୍ର ରହିଛି ନିହିତ
ଜୀବନ ଯୁଦ୍ଧ ରେ ସଂଘର୍ଷ ବ୍ୟାପକ
ଅସ୍ତ୍ର ରୂପେ ଭାଗବତ
ଆତ୍ମ ବିଶ୍ଳେଷଣ ଉପାଦାନ ସହ
ଆତ୍ମା ହୁଏ ବିକଶିତ
ଆତ୍ମା ଆଉ ପରମାତ୍ମା ସମ୍ବନ୍ଧୀୟ
ଯୋଗ ସାଧନାର ମନ୍ତ୍ର
ଭାଗବତ ବାଣୀ ଆଧାରରେ ସୁତ୍ର
ସହଜେ ହୁଅଇ ପ୍ରାପ୍ତ
କଳି ରେ ଅମୋଘ ଅସ୍ତ୍ର ଭାଗବତ
ଆତ୍ମ ବିଶ୍ଳେଷଣ ଗ୍ରନ୍ଥ
ଭକ୍ତ ଭଗବାନ କଥା ଓ ସାଧନା
ମନ୍ତ୍ର ରହିଛି ନିହିତ
ଶୃଙ୍ଖଳିତ ଜୀବନରେ ଭାଗବତ
ଦିଏ ନୂତନ ଚେତନା
ଜୀବନ ସାଗର ଉତ୍ତାଳ ଢେଉ ରେ
ଭାଗବତ ହିଁ ପ୍ରେରଣା
ପବିତ୍ର ପାବନ ଶାସ୍ତ୍ର ଭାଗବତ
ହେଉ ପଠନ ଶ୍ରବଣ
ଜ୍ଞାନ ଭକ୍ତି ଧ୍ୟାନ ଯୋଗ ମାର୍ଗ ବଳେ
ଆତ୍ମ ହେବ ବିଶ୍ଳେଷଣ
ବ୍ରହ୍ମ ଜ୍ଞାନ ଏକ ନିଗୂଢ଼ ରହସ୍ୟ
ଜ୍ଞାନ ଚକ୍ଷୁ ଆବଶ୍ୟକ
ନିତି ପ୍ରତିଦିନ ସାଧନ ବଳରେ
ଜୀବନ ଲଭୁ ସାର୍ଥକ