STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
273

ପ୍ରେମମୟୀ ରାଧା ଭାବ 

ନାହିଁ କେବେ ମୋ ଠାରେ ମାଧବ

ମୁଁ ଏକ ମାଟିର ମାନବୀ

ନାହିଁ ମୋ ଭିତରେ ଟିକେ

ମୀରାର ବୈରାଗ୍ୟ କି 

ସୁଦାମା ମିତ୍ରତା କିବା ବିଦୁର ସୌହାର୍ଦ୍ଦ୍ୟ,

ଛାର ମୁଁ, ଉପେକ୍ଷିତ ମୁଁ

ଆୟୁଷ ସାଥିରେ ବନ୍ଧା

ଜୀବନ ର ଯୌବନର

ଝରୁଥିବା କାକୁସ୍ଥ ପଣ ମୁଁ

ତୁମେ ସିନା ସାତ ରଙ୍ଗ

 ଇନ୍ଦ୍ର ଧନୁ ଆଭା

ସକାଳ ର ସୁସଜ୍ଜିତ ଫୁଲ ପରି 

ଅଗଣାର ସ୍ୱର୍ଣ୍ଣ ବର୍ଣ୍ଣ ଵିଭା

ମାଟିର ମହକ ସାଜି 

ମହକି ଯାଉଛ ଆଜି

ରଙ୍ଗ ମାଖି , ହାତେଧରି 

ହୋଲି ପିଚକାରୀ,

ହେ କୃଷ୍ଣ ହେ ମୁରାରୀ,

ସଭିଙ୍କର ମନ ଚୋରି କରି

ସବୁରଙ୍ଗ ଏକ ସାଥେ ବୋଳି

ଆସ ବାରେ ଦୁନିଆକୁ

ଖେଳିବାକୁ ପ୍ରେମ ରଙ୍ଗ ହୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract