ସ୍ମୃତି ସଞ୍ଜିବନୀ
ସ୍ମୃତି ସଞ୍ଜିବନୀ
ବିତି ଯାଏ ଅନେକ ପୂର୍ଣ୍ଣିମା...
ତେବେ ଅମାବାସ୍ୟା ଆପଣାର ,
ଜ୍ୟୋତ୍ସ୍ନାର........ ଅଢୁଆଳେ
ନୀଳ ଆଶା ... ଅନ୍ଧକାର ।
କୁମାରୀର ଚିତ୍ତ ଜୟ ନା
ଏ କେଉଁ ଗଡ଼ ଜୟ ,
ସମୟ ସହ ଘୋର ଯୁଦ୍ଧ
ପ୍ରଚ୍ଛନ୍ନ ସତ୍ତାର ।
ରୂପ କଳ୍ପ ତୁମ ସବୁ
ବିଜୟୀ ହୃଦୟ ... ଏ ବିଦଗ୍ଧର ,
ନିଶାଗ୍ରସ୍ତ ମୁହୂର୍ତ୍ତ ଯେ ...
କାହିଁ ଲାଗେ ଆପଣାର ।
ବିକଳ୍ପିତ କାଲି ପାଇଁ
ଯୁକ୍ତି ବାଢ଼ି ନିର୍ଦୟୀ ବିଶ୍ୱାସ ସେ
ଅବିରାମ ଭାଳୁଥାଏ
ତୁମେ ମୋର, ତୁମେ ମୋର ।
ବିରହରେ କ୍ଳାନ୍ତ ଆଗନ୍ତୁକ
ଜ୍ୟୋତ୍ସ୍ନାର ଦୂରତା ହୋଇ ପାର,
ନିଷିଦ୍ଧ ପ୍ରହର ଟଳିଗଲେ
ଭାଳେ ଜହ୍ନ କିବା ତାର ।
ଅସ୍ତ ବ୍ୟସ୍ତ ଅଳିନ୍ଦରେ
ଶୁକ୍ର ତାରା ଦୃଶ୍ୟ ମାନ
କାକଳୀ ପୁଣି ଯେ ଉଚ୍ଛନ୍ନ
ଆସିବେ ଭାସ୍କର ।
ଏ ଓଠର ଓଳି ତଳେ
ଫାଙ୍କା ହସ ଜନ୍ମେ ...
ଲଭି ଅତୀତ ଆଶିଷ,
ବିକଳ୍ପ ବିରହ ଅବା ଆଉ କିଛି
କିନ୍ତୁ ମେଣ୍ଟେ କିଛି ଶୋଷ ।
କଳ୍ପନା ମୋ ଝାଉଁଳି ପକାନ୍ତି
ଚିତ୍ତ, ମନ, ହୃଦୟକୁ ...
ବାସ୍ତବର ଶ୍ୟାମଳୀକୁ ...
ତୁଚ୍ଛାରେ ଆବୋରି ପ୍ରକାଶ ।
ଏ ସାଧନା ନା ଏ ତପସ୍ୟା ...?
ଅବା ଲୀଳା ଏ ସମୟର,
ସ୍ମୃତି ଆମ ... ସଞ୍ଜିବନୀ
ଉପାନ୍ତ ବିରହ ମୃତ୍ୟୁର ।
ନିସର୍ତ୍ତ ପ୍ରେମରେ କାରାରୁଦ୍ଧ
ଦେଖେ ଛାୟା ଜହ୍ନର ...
କାଳ କରାଳର...
ପୁଣି ଏକ ନିର୍ଧୁମ ସକାଳର ।