Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

3  

Kishore Nayak

Classics

ସ୍ମୃତି ଫଳକ

ସ୍ମୃତି ଫଳକ

1 min
153



ସ୍ମୃତି ଫଳକରେ ଲିପିବଦ୍ଧ ହୁଏ 

ଜୀବନର କେତେ ଗାଥା 

ଇତିହାସ ତା'ର ଏଇ ଜୀବନର 

ନୀରବେ କୁହଇ କଥା ll


ଦୁଇଟୋପା ଲୁହ ଚେନାଏ ହସରେ 

ଅତୀତବି ଯାଏ ଫେରି 

ବର୍ତ୍ତମାନ ଏଠି ପଡି ଉଠି ଚାଲେ 

ଆଗାମୀର ସ୍ବପ୍ନ ଧରି ll


ନାମ ଅରଜନ ପ୍ରତିପତ୍ତି ଧନ 

ସମ୍ପତ୍ତିର ପରିଭାଷା 

ଏଇତ ଜୀବନ ଆଶା ଭରସାର 

ବାଇଚଢେଇର ବସା ll


ଶରୀର ଘଟରୁ ଜୀବନ ବାପୁଡ଼ା 

କେତେବେଳେ ଯିବ ଫେରି 

ବିଧିର ବିଧାନ ନିର୍ଦ୍ଦେଶ କ୍ରମରେ 

ସବୁ କିଛି ତୁଚ୍ଛ କରି ll


ଚାଲିଯାଏ ଦିନ ରହିଯାଏ ଚିହ୍ନ 

ସ୍ମୃତିର ମାନସ ପଟେ 

ସେଦିନ ଅତୀତ ହୁଅଇ ପ୍ରତୀତ 

ଭାବନାର ବାଟେ ଘାଟେ ll


ସମୟ ସ୍ରୋତରେ କିଛି କିଛି କଥା 

ରହିଯାଏ ସ୍ମୃତି ହୋଇ 

ଆଜି ଯା ପ୍ରତୀତ ହୁଅଇ ଅତୀତ 

ମୁରୁକା ହସଟେ ଦେଇ ll


ଚାହୁଁ ଚାହୁଁ ଏଠି ଜୀବନ ପେଡିରୁ 

ବୟସ ତ ଯାଏ ସରି 

ଅବଶ ଶରୀର ବିବଶ ମନରେ 

ନୀରବରେ ଯାଏ ଫେରି ll


ମନର କାନ୍ଥରେ ସ୍ମୃତି ଫଳକରେ 

ରହିଯାଏ କିଛି କଥା 

ଭାବନାରେ କେବେ ଭରିଦିଏ ଖୁସି 

ଭରିଦିଏ ପୁଣି ବ୍ୟଥା ll




Rate this content
Log in

Similar oriya poem from Classics