Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Classics

3  

Kartik chandra panda

Classics

ଶୀତ ଋତୁର ସୁଖ

ଶୀତ ଋତୁର ସୁଖ

1 min
143


ବରଷକ ବାର ମାସ ଲୋ ସଙ୍ଗାତ

    ବରଷକ ବାର ମାସ

ଛଅ ଗୋଟି ଋତୁ ହୁଏ ଅନୁଭୂତ

    ପ୍ରତି ଋତୁ ଦୁଇ ମାସ

ବୈଶାଖ ଜ୍ୟେଷ୍ଠ ତ ଗ୍ରୀଷମ ଋତୁ ଲୋ

    ଝାଞ୍ଜି ପିଟେ ଝାଇଁ ଝାଇଁ

ରବିଙ୍କ କିରଣ  ଅତିଶୟ ଟାଣ

   ଦେହ ଖୋଜେ ଟିକେ ଛାଇ

ଆଷାଢ଼, ଶ୍ରାବଣ ବରଷା ଋତୁ ଲୋ

   ବର୍ଷା ଘଡ଼ଘଡ଼ି ହୁଏ

ଗାଡ଼ିଆ ପୋଖରୀ, ନଈ ନାଳ ସବୁ

    ଜଳମଗ୍ନ ହୋଇଯାଏ

ଭାଦ୍ରବ, ଆଶ୍ୱିନ ଶରତ ଋତୁ ଲୋ

   ଆକାଶ ଦିଶେ ନିର୍ମଳ 

ଶାରଦୀୟ ପୂଜା ମାଆ ଦୁର୍ଗା ଙ୍କର

   ପୂଜନ୍ତି ଭକ୍ତ ସକଳ

କାର୍ତ୍ତିକ ମାର୍ଗଶିର ଏହି ଦୁଇ ମାସ

   ହେମନ୍ତ ଋତୁ ହୁଅଇ

କୁହୁଡି ସାଙ୍ଗକୁ ଶିଶିର ର ପାତ

   ପ୍ରତି ପ୍ରଭାତ ରେ ହୋଇ

ପୌଷ ମାଘ ମାସ ଶୀତ ଋତୁ ଜାଣ 

   ଶୀତେ ଦେହ ଯାଏ ଥରି

ଧନୀକ ଲୋକର ଶୋଇବା ଆରାମ

   ଗରିବ ବିଚରା ମରି

ଫାଲ୍ଗୁନ ଚଇତ୍ର ବସନ୍ତ ସମୟ

  ଆମ୍ବ ଗଛରେ ବଉଳ

ପଳାସ ଫୁଲରେ ଧରଣୀ ହସଇ

   ବହେ ମଳୟ ସମୀର

ସବୁ ଋତୁ ମଧ୍ୟେ ଶୀତ ଋତୁ ଭଲ

   ଚାଷୀର ମୁହଁରେ ହସ

ବୋହି ଆଣେ ଯାଇ କ୍ଷେତ ରୁ ଫସଲ

   ଖାଇବ ସେ ବାର ମାସ

ଶୀତ ଦିନ ଲାଗେ  ଅତି ଆରାମ ଲୋ

   ନଥାଏ ବରଷା ଖରା

ଜିନିଆ, ଡାଲିଆ ଗେଣ୍ଡୁ, ଅଶୋକ ରେ

    ସୁନ୍ଦର ଦିଶଇ ଧରା

ଖାଇବା ଶୋଇବା  ଅତି ସୁଖ ପ୍ରଦ

    ଶୀତ ବସ୍ତ୍ର ରେ ଭୂଷଣ

ବାଡ଼ି ବଗିଚା ରେ କଲରା, କାକୁଡି

   ଶାଗ, ମୂଳା, ବାଇଗଣ

ଭ୍ରମଣ ସମୟ  ଶୀତ ଋତୁ ପାଇଁ

   ବଣଭୋଜି ର ମଉଜ

ସବୁ ଋତୁ ମଧ୍ୟେ  ଶୀତ ଋତୁ ସୁଖ

    ମନକୁ କରେ ସତେଜ ।


Rate this content
Log in

Similar oriya poem from Classics