STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପାପ

ପାପ

1 min
230

ପାପ ସାମାନ୍ୟ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦଟିଏ ମାତ୍ର

ଶୁଣିବାକୁ ଲାଗି ପାରେ ଖୁବ୍ ଛୋଟ 

କିନ୍ତୁ ବୋଝ ତା' ବିରାଟ ପର୍ବତ ପ୍ରମାଣ 

ଆୟୁଷ ପ୍ରଲମ୍ବିତ ଜନ୍ମ ଜନ୍ମାନ୍ତର

ନାନା ଶାସ୍ତ୍ରେ ନାନା ମତେ ସଂଜ୍ଞା ନିରୂପିତ

ପାପାଚାର ସର୍ବଦା ସର୍ବୋତ ବର୍ଜିତ 

ତଥାପି ମଣିଷ ଏଥିରୁ ନହୁଏ ବିରତ ନିବୃତ୍ତ ।


ପରସ୍ବ - ଦେବସ୍ବ - ବ୍ରହ୍ମସ୍ବ - ରାଜସ୍ବ ହରଣ

ଅବା ଜାତୀୟ ସମ୍ପତ୍ତି ରାଜକୋଷ ଲୁଣ୍ଠନ 

ଜୀବହତ୍ୟା ବ୍ରହ୍ମହତ୍ୟା ନରହତ୍ୟା 

ପୁଣି ମହା ପାତକ ଅର୍ଜନକାରୀ ଆତ୍ମହତ୍ୟା 

ଲାଳସା ପିପାସା କାମନା ବାସନା ଚରିତାର୍ଥ 

ପରକୀୟା ପ୍ରୀତି ଅବୈଧ ନିଷିଦ୍ଧ ସମ୍ପର୍କ

ଅନିତ୍ୟ ସୁଖ ସମ୍ଭୋଗ ପୈଶାଚିକ ତୃପ୍ତି 

ଅବା ଆତ୍ମଶ୍ଲାଘା ଆତ୍ମବଡିମା ପ୍ରଦର୍ଶନ 

ପାପର ନାନା ରୂପ ନାନାଦି କାରଣ 

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୁଏ ସଂଘଟନ ।


ପ୍ରଶ୍ନ ଉଠେ ମଣିଷର ମନ ପାପୀ 

ଅବା ଦେହ କରେ ପାପାଚାର

ଅବା କଳୁଷିତ ପ୍ରକୃତି ପ୍ରବୃତ୍ତି ବିଚାର 

କେଉଁଟି ଦୋଷୀ ପାପ କରିବାରେ? 

ପୁଣି ଉପଦେଶ ବାଣୀ କରଇ ବିଭ୍ରାନ୍ତ 

ପାପୀଙ୍କୁ ନୁହେଁ ପାପକୁ ଘୃଣା କର

ଆତ୍ମ ପ୍ରବଞ୍ଚନା ଅବା ମିଥ୍ୟାଚାର 

କଙ୍କଡ଼ାକୁ ଗୋଳିପାଣି ସୁଆଦିଆ ନ୍ୟାୟ 

ପାପଭାର ବୃଦ୍ଧିରେ ହୁଅଇ ସହାୟ ।


ଜାଣତ ଅଜାଣତରେ ଜଠର ଜ୍ୱାଳାରେ 

ଦାରିଦ୍ର୍ୟର କଷାଘାତରେ ହେଉ ସଂଘଟିତ 

ଅବା ସୁଚିନ୍ତିତ ଯୋଜନା ମୁତାବକ 

ମନ୍ଦ ଉଦ୍ଧେଶ୍ୟ ପ୍ରଣୋଦିତ କାର୍ଯ୍ୟ 

ପାପ ହିଁ ତ କାଳେ କାଳେ ପାପ 

ଯୁକ୍ତି ବାକ୍ ବିତଣ୍ଡା ତର୍କ ବିତର୍କ ଉର୍ଦ୍ଧ୍ବରେ 

ପ୍ରଶାନ୍ତି ଓ ପରମାର୍ଥର ପଥରେ ବାଧକ 

ଏଇ ପାପ ପାଇଁ ଜନ୍ମ ମୃତ୍ୟୁ ଚକ୍ର 

ଘୁରୁଥାଏ ସରିବା ପର୍ଯ୍ୟନ୍ତ ପ୍ରାରବ୍ଧ ।


Rate this content
Log in

Similar oriya poem from Abstract