STORYMIRROR

Jeevan Pradeep Pradhan

Classics Inspirational Others

4  

Jeevan Pradeep Pradhan

Classics Inspirational Others

ମଣିଷ କାହିଁ

ମଣିଷ କାହିଁ

1 min
298

ଝର୍କା ଦେଇ ପୃଥିବୀ ଦେଖିଲେ

ଦିଶୁଛି , ହଁ ବହୁତ କିଛି ଦିଶୁଛି

ଖାଇବା ମୁଠାଏ ପାଇଁ ବିକଳ ଛୁଆ

ଛାତ୍ର ରାଜନୀତି ଟାୟାର ନିଆଁ

ଦାମୀ କାରରେ ଆସୁଥିବା ମନ୍ତ୍ରୀ

ଦାଦନ ଖଟିବାକୁ ଯାଉଥିବା ସ୍ତ୍ରୀ

ଚାକିରୀ ସନ୍ଧାନରେ ବାହାରିଥିବା ଯୁବକ

ଚଳ ଚଞ୍ଚଳ ବଜାର ଆଉ ଛକ

ଦିଶୁଛି ବହୁତ କିଛି ଦିଶୁଛି।

ବଳାତ୍କାରୀର ସାହାସ

ଶରୀର ବିକୁଥିବା ନାରୀର କୋହ ଭରା ହସ

ଲାଞ୍ଚୁଆ ଅଫିସରର ସଫା ପୋଷାକ

ମିଛୁଆ ବାବାର ପ୍ରବଚନ

ଜାଲ ଶିକ୍ଷକର ଜ୍ଞାନ।

ସବୁ ଦିଶୁଛି

କୋଠା ସହର ବଜାର ସବୁ

ହେଲେ ଦିଶୁନାହିଁ ମଣିଷ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics