STORYMIRROR

Jeevan Pradeep Pradhan

Romance

3  

Jeevan Pradeep Pradhan

Romance

ବାଳୁଙ୍ଗା ଶୀତ

ବାଳୁଙ୍ଗା ଶୀତ

1 min
194


ମାଘ ପ୍ରତ୍ୟୁଷରେ 

ମୋ ପ୍ରିୟା ଯେବେ ସ୍ନାନ ସାରି ଫେରୁଥାଏ

କେଉଁଠୁ କେଜାଣି ବାଳୁଙ୍ଗା ଶୀତ ଆସି

ତା ଗୋରା ଶରୀରର ପ୍ରତି ଅଙ୍ଗକୁ ଛୁଇଁ ଯାଏ।


ପ୍ରେୟସୀ ମୋ ଅସ୍ଥିର ହୋଇ 

ଥରି ଥରି ତର ତର ହୋଇ 

ନଈ ପଠାରୁ ଆସୁଥାଏ

ମୁଁ ଯେବେ ଦେଖା ହୁଏ ତା ସହ

ତା ଓଠ ନୀରବ ଥିଲେ ମଧ୍ୟ 

ଶରୀର ଶୀତର ଦୁଷ୍ଟାମୀ ବଖାଣୁ ଥାଏ ।


ଇଚ୍ଛା ହୁଏ ଆଞ୍ଜୁଳାଏ ଖରା ଆଣି

ତା ଶରୀରରେ ବିଞ୍ଚି ଦେବାକୁ

ଇଚ୍ଛା ହୁଏ ତାକୁ ଆଲିଙ୍ଗନ କରି

ତା ଶରୀରକୁ ଉଷ୍ଣ କରିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance