STORYMIRROR

Jeevan Pradeep Pradhan

Others

3  

Jeevan Pradeep Pradhan

Others

ମୋ ମୃତ୍ୟୁ ପରେ

ମୋ ମୃତ୍ୟୁ ପରେ

1 min
442

କେଉଁ ଗଭୀର ଶୂନ୍ୟରୁ, ମହାଶୂନ୍ୟରୁ 

ଶୁଭିଲାଣି ମାେ ଶେଷ ଯାତ୍ରାର ବୁକୁଫଟା କାନ୍ଦ

କାନ୍ଦୁଛି ମାେ ଗାଁ , ମୋ ମାଟି ,ମାେ ମାଆ

କିଏ କିଏ ଆଖି ମନ୍ଥି ଲୁହ ର ବେଶ୍ ଭଲ ଅଭିନୟ କରୁଛନ୍ତି।


 ରୁହ ମୁଁ ଆଗ ଖୋଜେ ମୋ ପ୍ରେମିକାକୁ

ଏଇଠି ଏଇ ଘର କଣ ରେ ବସି                     

ମୁରୁକି ମୁରୁକି ହସୁଛି

ସବୁ ପରିସ୍ଥିତିରେ ହସିବାର କଳା                   

ବେଶ୍ ଭଲରେ ମୋଠୁ ଶିଖିଛି।


କୁଆଡ଼େ ଗଲେ                           

ମୋତେ ଘୃଣା କରୁଥିବା ଲୋକ ସବୁ

ଆସ ପୁଣି ଗୋଟିଏ ମଞ୍ଚ କରି                  

କହିଦିଅ ମୋତେ ପାମର ବୋଲି

ମୋତେ ଜୁଇରେ ଜାଳି ସାରିବା ପରେ               

ଆଉ ଥରେ ଜାଳି ଦିଅ

ଜାଳିଦିଅ ଲୋକଙ୍କ ମନରେ ଥିବା                

ମାେ ପାଇଁ ଭଲ ପାଇବା ଟିକକ।


 କାଇଁ ଦିଶୁନାହାନ୍ତି                           

 ମାେ ଶୁଭଚିନ୍ତକ ସବୁ

 ଓଃ ! ମାେ ଶେଷ ସଂସ୍କାର କାମରେ ବ୍ୟସ୍ତ ସବୁ

 କେହି କେହି ସୁଷୁପ୍ତ                             

ମାେ ଭାବନାରେ

 ଲେଶ ଆଖିରେ ଲୁହର ପୟୋଧର                

ମୋତେ ହରେଇବା ଦୁଃଖରେ।


ଏମିତି ସରିଯିବ                           

ଗୋଟେ ଲିପିକ ଜୀବନ

ହଜିଯିବ କତି କଥା,କଥାଣୀର                   

ନାୟକ କିମ୍ବା ଖଳନାୟକ ଭୂମିକାଟି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍