STORYMIRROR

Jeevan Pradeep Pradhan

Classics

4  

Jeevan Pradeep Pradhan

Classics

ଚାରି ବର୍ଷ ପରେ

ଚାରି ବର୍ଷ ପରେ

1 min
339

ଚାରି ବର୍ଷ ପରେ

ମୁଁ ଯେବେ ଗାଁକୁ ଯାଏ

ଗାଁ ମୁଣ୍ଡ ବରଗଛ ନାହିଁ ଆଉ

ସେଇଠି ହୋଇ ଯାଇଛି ଘରଟିଏ।

ଧୂଳି ଉଡୁଥିବା ମାଟି ରାସ୍ତାରେ

ବିଛେଇ ହୋଇ ଯାଇଛି ସିମେଣ୍ଟ ଚାଦର

ଚାଳ ଘର ସବୁ କୁଆଡେ଼ ଉଭେଇ ଯାଇଛି

ପିଣ୍ଡାରେ ଫୋନ ଧରି ବସିଛି ଛ ବର୍ଷର ଛୁଆଟିଏ।

 ବାଡି ବଗିଚାରେ ଆଉ ନାହିଁ ତାଟି କବାଟ

 ଲୁହା ପଞ୍ଜୁରୀ ଭିତରେ ଏବେ ମଣିଷ

 ଦାଣ୍ଡ ଲିପା କହିଲେ ବୁଝୁ ନାହିଁ ନୂଆ ବୋହୂ

 ମାର୍ବଲରେ ଏବେ ଆଚ୍ଛାଦିତ ବାରଣ୍ଡା ସବୁ। 

 ଗାଁ ନଳକୂପ ପାଖରେ ନାହିଁ ଗହଳି

 ଏବେ ସବୁ ଘରେ କୂଅ

 ନଦୀରେ ଆଉ ନାହିଁ ପିଲାଙ୍କ ମାଛ ଧରା ଆଗ୍ରହ

 ଘରେ ବସି ଟିଭିରେ ଦେଖୁଛନ୍ତି କାର୍ଟୁନ୍।

 ଆମେ ଖେଳି ବଡ଼ ହୋଇଥିବା ପଡିଆ

 ଏବେ ପୋକସଙ୍ଗା ନଟି

 କୁଆଡେ଼ ଗଲା ସେ ସମୟ

 ଏ କଣ ସଭ୍ୟତାର ଉନ୍ନତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics