ଚିତାଲାଗି
ଚିତାଲାଗି
ଅପୂର୍ବ ବିଧି ର ବିଧାନ
ମେଘ ନେଇ ଆସେ ଶ୍ରାବଣ
ସ୍କନ୍ଦ ଆଉ ପଦ୍ମ ପୁରାଣ
ଯାତ୍ରା ଭାଗବତେ ବର୍ଣ୍ଣନ,
ପବିତ୍ର ଶ୍ରାବଣ ମାସଟି
ଉଛୁଳଇ ଭାବ ଭକତି
ଶ୍ରାବଣ ରେ ବିଷ୍ଣୁ ପୂଜାଟି
ମିଳଇ ଅଶେଷ ପୂଣ୍ୟ ଟି।
ଶ୍ରୀକ୍ଷେତ୍ରେ ଶ୍ରାବଣ ମାସରେ
ଚିତାଲାଗି ପର୍ବ ହୁଏରେ
ଶ୍ରାବଣ ର ଅମାବାସ୍ୟା ରେ
ଦିଅଁ ଙ୍କ ଠି ଚିତା ଲାଗେରେ
ସେଥିପାଇଁ ସେହି ଦିନଟି
ଚିତାଲାଗି ଅମାବାସ୍ୟା ଟି
ଯାତ୍ରା ଭାଗବତ ପୋଥିରେ
ଚିତାଲାଗି କଥା ଲେଖାରେ ।
ନୀଳାଚଳ ନୀଳ କନ୍ଦର
ଲିଳାମୟ ଲିଳା ସୁନ୍ଦର
ରତନ ବେଦିରେ ଦିଅଁ ତ
ସର୍ବ ଅଳଙ୍କାର ମଣ୍ଡିତ
ଦିଅଁ ଙ୍କ କପାଳେ ଶୋଭେଟି
ଆହାକି ସୁନ୍ଦର ଚିତାଟି
ସୁବର୍ଣ୍ଣ ଖଚିତ ଚିତାରେ
ହୀରା ନୀଳା ରତ୍ନ ଖଞ୍ଜାରେ ।
ଶ୍ରୀଜଗନ୍ନାଥ ଙ୍କ ମଥାରେ
ଲାଗିଥାଏ ଯେଉଁ ଚିତାରେ,
ଧବଳ ବରଣ ରଙ୍ଗଟି
ସୁନା ସଙ୍ଗେ ହୀରା ଖଞ୍ଜା ଟି
ହଳଧର ଚିତା ନୀଳଯେ
ସୁବର୍ଣ୍ଣ ରେ ଖଞ୍ଜା ନୀଳା ଯେ
ସୁଭଦ୍ରା ଙ୍କ ଚିତା ଲୋହିତ
ମାଣିକ ମେଳାରେ ସୁନାତ।
ତେରଶ ଶତାବ୍ଦୀ କଥାଟି
ନରସିଂହ ଦେବ ରାଜା ଟି,
ମହାପ୍ରଭୁଙ୍କ ର ସେବକ
ଗଢିଥିଲେ ସିଏ କୋଣାର୍କ
ଜିତିବାରୁ ଗୈାଡ ଦେଶଟି
ପ୍ରଭୁ ଙ୍କୁ ଜଣାଇ ପ୍ରଣତି,
ଚିତା ମାନ ରାଜା ଗଢିଲେ
ଦିଅଁ ଯେ ମଥାରେ ନାଇଲେ।
ଦିଅଁ ମାନଙ୍କର ମଥାରେ
ବର୍ଷ ସାରା ଶୋଭେ ଚିତାରେ
ପ୍ରଭୁ ଗଲେ ସ୍ନାନ ବେଦୀରେ
ଚିତା ଯେ ଉଲାଗି ହୁଏରେ
ସୋଲ ଚିତା ଦିଅଁ ନାଆନ୍ତି
ଅଣସର ଘରେ ରୁହନ୍ତି।
ଶ୍ରାବଣ ର ଅମାବାସ୍ୟାରେ
ଚିତା ପୁଣି ଲାଗି ହୁଏରେ।
ଚିତାଲାଗି ଅମାବାସ୍ୟା ରେ
ପରବ ଲାଗେ ଶ୍ରୀମନ୍ଦିରେ
ଦୈନ ଦିନ ନୀତି ବଢିଲେ
ଚିତା ମାନ ଅଣାଯାଏ ରେ
ପତିମହାପାତ୍ର ଆସନ୍ତି
ଚିତା ଙ୍କୁ ସଂସ୍କାର କରନ୍ତି
ଦଇତାପତିଏ ମିଳନ୍ତି
ଦିଅଁ ଙ୍କୁ ଯେ ଚିତା ପିନ୍ଧାନ୍ତି।
ଚିତାଲାଗି ଯେବେ ହୁଏ ଯେ
ଭୂଦେବୀ ଶ୍ରୀଦେବୀ ଦେବୀ ଯେ
ଦକ୍ଷିଣ ଘରେତ ରୁହନ୍ତି
ଚିତାଲାଗି ପରେ ଆସନ୍ତି
ଦିଅଁ ଙ୍କର ହୁଏ ସ୍ନାହାନ
ଗୋପନ ଏ ବିଧି ବିଧାନ
କର୍ପୂର ଆଳତି ହୁଅଇ
ଭକ୍ତଙ୍କୁ ଦର୍ଶନ ମିଳଇ ।
ଚିତା ମାନଙ୍କର ଚମକ
ମନରେ ଜଗାଏ ପୁଲକ
ଭକତେ ହୁଅନ୍ତି ଆନନ୍ଦ
ଭଜନ୍ତି ଗୋବିନ୍ଦ ଗୋବିନ୍ଦ
ଉର୍ଦ୍ଧ ବାହୁ ହୋଇ ନାଚନ୍ତି
ମନ କଥା ତାଙ୍କୁ ଜଣାନ୍ତି
ଶ୍ରାବଣେ ପୂଜି ନାରାୟଣ
ଭକତେ ହୋଇଥାନ୍ତି ଧନ୍ୟ।
