STORYMIRROR

Manas Ranjan Nayak

Abstract Classics Inspirational

4  

Manas Ranjan Nayak

Abstract Classics Inspirational

ନିୟତିର ଖେଳ

ନିୟତିର ଖେଳ

1 min
311


ଚିତ୍ତାକର୍ଷକ ଦିଶେ ସମୃଦ୍ଧ ସଭ୍ଯତାର ତୋରଣ

ବିକାଶ ମନ୍ତ୍ରରେ କେତେ ମାନସିକତାର ମେଳଣ

କଳଗାଉନାରେ ମୁଖରିତ ସ୍ବାଚ୍ଛନ୍ଦ୍ଯର ମୂର୍ଚ୍ଛନା

ମାଗଣା ଆହାର କେନ୍ଦ୍ରରୁ ରାମ ରାଜ୍ଯର କଳ୍ପନା। 


ଗୀତା ଛୁଇଁ ହୁଏ ସେ ସତ୍ଯ ନିଷ୍ଠାରେ ଅଭିମନ୍ତ୍ରିତ

ଗାଦିରେ ବସୁ ବସୁ ହୁଏ ଦୁର୍ନୀତିରେ ସଂକ୍ରମିତ

ଧର୍ମ ବୋମାରେ ବଢେ ଅବଦୁଲ୍ ର ହୃଦ୍ ସ୍ପନ୍ଦନ

ପଥର ମାରି ଜାହିର୍ କରେ ଗଣତନ୍ତ୍ରର କ୍ରନ୍ଦନ । 


ପୃଥ୍ବୀ କଡେ ବଢିଚାଲେ ଉପଗ୍ରହ ଉତକ୍ଷେପଣ

ଭୂତାଣୁଠୁଁ ବି ଭାରି ପଡେ ବୁଭୁକ୍ଷାର ସଂକ୍ରମଣ

ଚାକଚକ୍ୟ ଚତୁର୍ଦ୍ଦିଗ ଯୋଗ ଦିବସର ଅସର

ମହ ମହ ଗଳି କନ୍ଦି ଭୋଗର ଉଚ୍ଚାଟ ବାସର । 


ଆଲୋକର ଔଜ୍

ଜ୍ୱଲ୍ୟେ ଅନ୍ଧାରର ଅସ୍ତିତ୍ବ ଜାଗ୍ରତ

କ୍ଷଣିକ ପରାଜୟେ ତେବେ କିଆଁ ବିଷର୍ଣ୍ଣ ବିବ୍ରତ

ଜନନାୟକଙ୍କ ଡାକରେ ପୁଣ୍ଯ ଗଙ୍ଗା ନିରିମଳ

ଉନ୍ମୁଖ କି ଯୁବପୀଢ଼ି ଗଢିବାକୁ ଗାଁ ପରିମଳ ।


ଏଠି ମାଟି ଦିନେ ଗାଉଥିଲା ବୁଦ୍ଧତ୍ବର ଓଂକାର

ସୀମାନ୍ତ ସୁଦୃଢ଼ ଏବେ ଶୁଭୁଛି ଯୁଦ୍ଧର ହୁଂକାର

କଳିଙ୍ଗେ ଠାକୁର ରାଜା, ଉଡୁଥିଲା ଉର୍ଦ୍ଧ୍ବ ଚେତନ

ସାଜିଛି ମୁକସାକ୍ଷୀ, ଚାଲିଛି ଶ୍ରୀମନ୍ଦିର ଖୋଦନ।  


ବିବର୍ତ୍ତନ ପାହାଚରେ ସ୍ବପ୍ନିଳ ମାନବତ୍ବ ମୋକ୍ଷ

ଉଡାଣ ପୂର୍ବରୁ କଟୁଛି ନିର୍ଭୟା ପରୀଙ୍କ ପକ୍ଷ

ସତୀତ୍ୱ ର ନିଦର୍ଶନେ ଦେବୀ ସୀତାଙ୍କ ଅଗ୍ନି ସ୍ନାନ

ଦାମ୍ପତ୍ୟ ବିଚ୍ଛେଦ ହିଁ ଆଧୁନିକତା ର ଅଭିମାନ। 



Rate this content
Log in

Similar oriya poem from Abstract