Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନବଦୁର୍ଗା ମହାବିଦ୍ୟାନବ ପତ୍ରିକା

ନବଦୁର୍ଗା ମହାବିଦ୍ୟାନବ ପତ୍ରିକା

1 min
258



ନବରାତ୍ରୀ ନବଦୁର୍ଗା ନବ ପତ୍ରିକା

ଦଶ ମହାବିଦ୍ୟା ଦେବୀ ସପ୍ତ ମାତୃକା

ଶାରଦୀୟ ଦଶହରା

ମାଟିରେ ପୁଲକ ଭରା

ଶତ ଶତ ପ୍ରଣିପାତ ଚଣ୍ଡୀ ଚଣ୍ଡୀକା ।


ଶୈଳପୁତ୍ରୀ ଚନ୍ଦ୍ରଘଣ୍ଟା ବ୍ରହ୍ମଚାରିଣୀ

ସ୍କନ୍ଦ ମାତା କାଳରାତ୍ରୀ ମା କାତ୍ୟାୟନୀ

କୁଷ୍ମାଣ୍ଡା ମହା ଗଉରୀ

ଦୟାମୟୀ ସିଦ୍ଧିଦାତ୍ରୀ

ନବଦୁର୍ଗା ଭାବେ ନବ ରାତ୍ରେ ପୂଜିତା ।


ମୃଣ୍ମୟୀ ଦେବୀ ଦୁର୍ଗା ଙ୍କ ବନ୍ଦାପନାରେ

ନବପତ୍ରିକା ଶୋଭିତ ପାଦ ପଦ୍ମରେ

କଦଳୀ ହଳଦୀ ଧାନ

ଜୟନ୍ତୀ ଅଶୋକ ପୁଣ 

ସାରୁ ମାଣ ସାରୁ ବେଲ ଡାଳିମ୍ବ ପତ୍ର ।


ଦଶ ମହାବିଦ୍ୟା ଦେବୀ ଦନୁଜ ଅରୀ

କାଳୀ ତାରା ଧୂମାବତୀ ଭୁବନେଶ୍ୱରୀ

ଷୋଡ଼ଶୀ ବଗଳାମୁଖୀ

ଛିନ୍ନମସ୍ତା ରକ୍ତ ମୁଖୀ

ଭୈରବୀ ମାତଙ୍ଗୀ ମାତା କମଳାତ୍ମିକା।


ମାହେଶ୍ୱରୀ ବଇଷ୍ଣବୀ ମାତା କୌମାରୀ

ଚଣ୍ଡୀ ଚାମୁଣ୍ଡା ରୂପରେ ଚାମୁଣ୍ଡେଶ୍ବରୀ

ବ୍ରହ୍ମ ତେଜରେ ବ୍ରହ୍ମାଣୀ

ଇନ୍ଦ୍ର ଶକତି ଇନ୍ଦ୍ରାଣୀ 

ସପ୍ତସତୀ ଦେବୀ କ୍ଷାତ ସପ୍ତ ମାତୃକା ।


ଶ୍ରଦ୍ଧା ସୁମନ ସମର୍ପି ଭକ୍ତିରେ ଭକ୍ତ

ମାଆଙ୍କ ନାମ ସୁମରି ରଖନ୍ତି ବ୍ରତ

ପାଦେ ଦେଇ ପୁଷ୍ପାଞ୍ଜଳି

ଭକତେ କରନ୍ତି ଅଳି

ଦିଅ ଶାନ୍ତି ଦିଅ ମୁକ୍ତି କାଳୀ କାଳିକା।


Rate this content
Log in

Similar oriya poem from Classics