Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ଦୋଳିରେ ଦୋଳଗୋବିନ୍ଦ

ଦୋଳିରେ ଦୋଳଗୋବିନ୍ଦ

1 min
160



 ଗୋପରେ ବାଜେ ବାଇଦ, 

ଝୁଲଣ ଯାତରା ବଡ଼ ଆନନ୍ଦ, 

  ଝୁଲନ୍ତି ରାଧା ବିନୋଦ ll

 ଗୋପୀ ଗୋପାଳ ଆନନ୍ଦ, 

ଆନନ୍ଦ ଯଶୋଦା ଆନନ୍ଦ ନନ୍ଦ, 

  ବହେ ମଳୟ ମରନ୍ଦ ll

 ପାଟ ଡୋରେ ଦିବ୍ୟଦୋଳି, 

ଦୋଳିରେ ଝୁଲନ୍ତି ଶ୍ରୀଵନମାଳି, 

   ଆନନ୍ଦ ବ୍ରଜ ଦୁଲାଳୀ ll

  ଦୋଳିରେ ଦୋଳ ଗୋବିନ୍ଦ, 

ମନ୍ଦ ମନ୍ଦ ହସେ ସର୍ବେ ଆନନ୍ଦ, 

   ନିତ୍ୟାନନ୍ଦ ଆଦିକନ୍ଦ ll

  ଆଲୋ ଆଲୋ ନନ୍ଦରାଣୀ, 

ଦେଖ ତୋ ପୁଅର ବାଙ୍କ ଚାହାଣି, 

   ହୃଦୟ ଦେଉଛି ହାଣି ll

   ଧନ ମୋର ନେତ୍ରମଣି, 

କେଉଁ ଭାଗ୍ୟେ ଦେଲା ବିଧାତା ଆଣି, 

  ଯଶୋମତି ନେତ୍ରେ ପାଣି ll

   କ୍ଷୀର ପିଆଇବା ପାଇଁ, 

ଗୋପକୁ ଆସିଲା ପୁତନା ଧାଈ, 

  କୋଳେ ବସାଇଲା ନେଇ ll

  ଶିଶୁ ଘାତି କେଡ଼େ ହୀନ, 

ପଞ୍ଚ ପ୍ରାଣ ଶୋଷି ଜଗଜ୍ଜୀବନ, 

 ବୈକୁଣ୍ଠରେ ଦେଲେ ସ୍ଥାନ ll

  ଆମ କାହ୍ନୁ କଳା ହାତୀ, 

କଂସ ବନ୍ଦୀଘରେ ଅନ୍ଧାର ରାତି, 

  ଗୋପେ ଆସିଲା ଝଟତି ll

   ଯମ ଭଉଣୀ ଯମୁନା, 

ବୁକୁ ଚିରି ପଥ କଢ଼ାଏ ସିନା, 

  ଅନନ୍ତ ଟେକିଲେ ଫଣା ll

   ଗୁଣି ଗୁଣି କୃଷ୍ଣ ଗୁଣ, 

ଝୁଲି ଝୁଲାବନ୍ତୀ ଗୁଆଳି ଗଣ, 

   ବିରୁଦାବଳୀ ଗାୟନ ll

  ଗହ୍ମା ପୁନେଇଁରେ ମାଇଁ, 

ଆସିଲେ ରାଧିକା ବସିଲେ ନାହିଁ, 

  ହସନ୍ତି କଳା କହ୍ନାଇ ll

   ଶ୍ରାବଣ ପୂର୍ଣ୍ଣିମା ରାତି, 

ଝୁଲରେ କହ୍ନାଇ ମୋ କଳାହାତୀ, 

   ଝୁରିଲି ଦିବସ ରାତି ll

    


Rate this content
Log in

Similar oriya poem from Classics