Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଗୁରୁ ତୁମେ ଅଟ ଚଳନ୍ତି ଠାକୁର

ଗୁରୁ ତୁମେ ଅଟ ଚଳନ୍ତି ଠାକୁର

1 min
161



ଅଜ୍ଞାନ ଅନ୍ଧାର

     ଦୂର କରିବାରେ

        ଗୁରୁଙ୍କ ଭୂମିକା ଶ୍ରେଷ୍ଠ,

ଜ୍ଞାନର ଆଲୋକ

       ଦେଇଅଛ ମୋତେ

        ହେବି ନାହିଁ ପଥ ଭ୍ରଷ୍ଟ l

ଜୀବନ ମଧ୍ୟରେ

      ଜ୍ଞାନର ଗାରିମା

        ଗୁରୁଙ୍କ ମାର୍ଗ ଦର୍ଶନେ,

ଭଲ ମନ୍ଦ ସବୁ

      ବତାଇ ଦିଅନ୍ତି

       ଦେଖିଥାନ୍ତି ସୁ ନୟନେ l

ମାତା ପିତା ଆମ

     ପ୍ରଥମ ଗୁରୁଟି

         ଶିକ୍ଷକ ଦ୍ଵିତୀୟ ଗୁରୁ,

ଜୀବନେ ଆଦର୍ଶ

      ସଂସ୍କାରିତ ଶିକ୍ଷା

         ପାଇ ଥାଉଁ ଆରମ୍ଭରୁ l

ଗୁରୁଶିଷ୍ୟ ଏକ

       ପବିତ୍ର ସମ୍ପର୍କ

           ରହିଥିବ ଚିରଦିନ,

ଅଜ୍ଞାନରୁ ଜ୍ଞାନ 

      ପଥକୁ ଟାଣିବା

          ଗୁରୁଙ୍କର ଅବଦାନ l

ନୂଆଁ ନୂଆଁ କଥା

     ଜ୍ଞାନର ବାରତା

         ଶିଖାଇଛ ଗୁରୁ ମୋତେ,

ଏ ମର୍ତ୍ତ୍ୟ ମଣ୍ଡଳେ

     ବଞ୍ଚିବାର ପଥେ

          ବତାଇଛ ଅବିରତେ l

ଗୁରୁ ତୁମେ ଅଟ

      ଚଳନ୍ତି ଠାକୁର

        ଘେନମୋର ନମସ୍କାର,

ଜ୍ଞାନର ଆଲୋକ

     ସଦା ବିଞ୍ଛିଅଛ

         ପ୍ରଣିପାତ ନିରନ୍ତର l


 


Rate this content
Log in

Similar oriya poem from Abstract