Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ସୂତାର ସମ୍ପର୍କରେ ତିଷ୍ଠିଛି ଜୀବନ

ସୂତାର ସମ୍ପର୍କରେ ତିଷ୍ଠିଛି ଜୀବନ

1 min
394



ସୂତାର ସମ୍ପର୍କରେ ତିଷ୍ଠି ଅଛି ପ୍ରତ୍ୟେକ 

ଜୀବନ ରୂପକ ଗୁଡ଼ି

ଦିନେ ନା ଦିନେ ସେ ସୂତା ଛିଡିଯିବ, ତାହା 

ସରଗକୁ ଯିବ ପରା ଉଡ଼ି ।


ଆରମ୍ଭ ହୁଏ ଜନମରୁ ସରବ ଜୀବନରେ

ସମ୍ପର୍କର ମଧୁର ବନ୍ଧନ

ମନୁଷ୍ୟକୁ ସଜାଡିବାକୁ ହୁଏ ହୋଇ

ଥିବା ଅସଜଡା ଜୀବନ ।


ବରଷକେ ଥରେ ଦିନେ ଆସେ ମଣିଷର

 ଜନ୍ମଦିନ, ସ୍ଵନକ୍ଷତ୍ର ଦିନ

ହୃଦୟରୁ ମିଳେ ଅନେକ ହାପି ବାର୍ଥ ଡେ 

ଶୁଭେଚ୍ଛା ଓ ଅଭିନନ୍ଦନ ।


କିଛି ଲୋକ ଥାନ୍ତି ଏ ସମାଜରେ 

ବନିସୀରେ ଧରିବାକୁ ମାଛ

କିଛି ଲୋକ ଥାଆନ୍ତି ଶିକାରୀ, ବୁଣୁ

ଥାନ୍ତି ତ ମରଣର ଫାଶ ।


ମଣିଷ ଇଚ୍ଛାର ଆକାଶେ ବେଳେ 

ବେଳେ ହୁଏ ଦିଗହରା

ଖୋଜୁଥାଏ ଶାନ୍ତିର ନୀଡ଼, ହୋଇ ବାର

ବୁଲା ଅନ୍ଧତ୍ୱରେ ଭରା ।


ନିରନ୍ତର ବୋହି ଚାଲିଛି ସମ୍ପର୍କ ଏହି

ସବୁ ପ୍ରକୋପ ଭିତରେ

ଏ ସାରା ଜଗତେ ଦରଦୀ ବନ୍ଧୁଟେ 

ମିଳିବା ହୁଏ ବହୁ କଷ୍ଟରେ ।


Rate this content
Log in

Similar oriya poem from Abstract