STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ସେତ ଜୀବ ଜଗତର ଆଧାର

ସେତ ଜୀବ ଜଗତର ଆଧାର

1 min
219


ପୂରୁବ ଆକାଶେ ସୂରୁଯ ଉଇଁଲେ ପଶ୍ଚିମର କିବା ଯାଏ

ଆସିବ ଆସିବ ଚାହିଁ ରହିଥାଏ ସକାଳରୁ ସଞ୍ଜ ଯାଏଁ

ଦିନ ସାରା ଖଟିଖଟି ମୋର ଧନ ହୋଇଛି ପରା ହାଲିଆ

କୋଳେ ଧରି ନେଇ ଶୋଇ ଦେଇ ଥାଏ ସସ୍ନେହେ ଯେମିତି ମାଆ।


ତେମନ୍ତେ ପଶ୍ଚିମ ଦିଗାଙ୍ଗୀ କୋମଳ କୋଳେ ସୂରୁଯ ଦେବତା

ଶୋଇ ଯାଇଥାନ୍ତି ଦିନସାରା ଖଟି ଭୁଲିଯାଇ ଯେତେ ଚିନ୍ତା

ଆକାଶ ପଲଙ୍କ ପରେ ସୁଖ ନିଦ୍ରା ରମ୍ୟ ତାରକା ଖଚିତ 

ଚାରୁ ଚନ୍ଦ୍ରାତପ ଟଣା ଅଗଣାରେ ଜଳଇ ରଜତ ଦୀପ ।


ରାତ୍ରି ଚର ଯେତେ ବିହଙ୍ଗମ କୁଳ କିଚିରି ମିଚିରି ଗୀତ

ଗାଉଥାନ୍ତି ସିନା ନିଶା ଗରଜଇ ନିଶଦ୍ଦ ଜାମିନୀ ଚିତ୍ର

ବାତାୟନ ଦେଇ ଅଦୂରେ ଦେଖଇ ରାତ୍ରି କଳାପଟା ବାଡ

ଲୁଚାଇ ଦେଇଛି ଯେତେ ସବୁ ଦୃଶ୍ୟ ସତେ ଅବା ପୃଥିବୀର ।


ଆଲୋକ ଦେବତା ଶୟନ କକ୍ଷରେ ଦେଖିବୁ କେମିତି କୁହ

ସକାଳ ପର୍ଯ୍ୟନ୍ତ ପୂରୁବ ଦିଗାଙ୍ଗୀ ଚାହିଁଛି ଆସିବ ପୁଅ

ସେଇତ ତାହାର ଏକଇର ବଳା ସେହି ତା ବିଶିକେସନ

ତା ପାଇଁ ତ ସାରା ୟେ ଜୀବଜଗତ ହୋଇ ଉଠେ ଶକ୍ତିମାନ୍ ।


ତା କର ପରଶେ ପଦ୍ମିନୀ ହରଷେ ଅପରୂପ ତାର ରୂପ

ସତେକି ବିଧାତା ଗଢିଲା ଅମୃତେ ଦୁଧ ଅଳତାର ରଙ୍ଗ

ବିକଚିତେ ସରେ ଗୁଣୁ ଗୁଣୁ ସ୍ଵରେ ସୌରଭ ପ୍ରଲୁବ୍ଧେ ଭୃଙ୍ଗ

ସେ ମଧୁ ଗୁଞ୍ଜନ ମନେ ରଚେ ଭ୍ରମ ସାରଦା ବୀଣା ତରଙ୍ଗ ।।


ପାହାନ୍ତି ହୋଇଲା ସିନ୍ଦୂରା ଫାଟିଲା ନିଦରୁ ଉଠିଲା ପୁଅ

ଘଣ୍ଟ ଘଣ୍ଟା ଭେରୀ ତୂରୀ ଶଂଖ ନାଦେ ଉଠିଲେ ମନ୍ଦିରୁ ଦିଅଁ

ଆଳତୀ ବନ୍ଦନା କର୍ପୂର ବାସନା ମହକଇ ଚତୁର୍ଦିଗ

ସର୍ବେ ତତପର ଆଳସ୍ୟ ତେଜିଲେ କୁଜନ ଗୀତେ ବିହଙ୍ଗ ।


ପୂରୁବ ପଶ୍ଚିମ ଦୁଇ ମାଆ ଗେହ୍ଲା ପୁଅ ରବି ନାରାୟଣ

ପୂରବରୁ ଜନ୍ମି ପଶ୍ଚିମେ ଆକାଶ ଦିଗାଙ୍ଗୀ କୋଳେ ଶୟନ

ପ୍ରକୃତି ନୀୟମେ ବନ୍ଧା ପରା ବନ୍ଧୁ ୟେ ସାରା ସଚରାଚର

ଜୟ ଜୟ ଜୟ ଭାନୁ ଜଗତ୍ପତି ଜୀବଜଗତ ଆଧାର ।


Rate this content
Log in

Similar oriya poem from Classics